ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟର ଭାରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିସ୍ଫୋରଣରେ ଘଟଣାରେ ପ୍ରାଣ ହରାଇଥିବା ଲୋକମାନଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏନେଇ ପ୍ରଧାନମନ୍ତ୍ରୀ ଟ୍ୱିଟ କରି ସୂଚନା ଦେଇଛନ୍ତି । ଘଟଣାକୁ ନେଇ ମୋଦି ସମବେଦନା ଜଣାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ସେପଟେ ଗୁଜୁରାଟର ଭାରୁଚ ଜିଲ୍ଲାର ଏକ ରାସାୟନିକ କାରଖାନାରେ ବିସ୍ଫୋରଣରେ ଛଅ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ଅହମ୍ମଦାବାଦଠାରୁ ପ୍ରାୟ ୨୩୫ କିଲୋମିଟର ଦୂରରେ ଥିବା ଦେହେଜ ଶିଳ୍ପାଞ୍ଚଳରେ ଅବସ୍ଥିତ ୟୁନିଟରେ ଏହି ଘଟଣା ସକାଳ ପ୍ରାୟ ୩ ଟାରେ ଘଟିଥିବା ପୋଲିସ ସୂଚନା ଦେଇଛି। ଭାରୁଚ ପୋଲିସ ଅଧୀକ୍ଷକ ଲୀନା ପାଟିଲ କହିଛନ୍ତି ଯେ ରିଆକ୍ଟରରେ ବିସ୍ଫୋରଣ କାରଖାନାରେ ନିଆଁ ଲାଗିଯାଇଥିଲା। ରିଆକ୍ଟର ନିକଟରେ କାର୍ୟ୍ୟ କରୁଥିବା ସମସ୍ତ ଜଣଙ୍କର ମୃତ୍ୟୁ ଘଟିଥିଲା। ପରେ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯାଇଥିଲା। ନିଆଁକୁ ମଧ୍ୟ ନିୟନ୍ତ୍ରଣକୁ ନିଆଯାଇଥିଲା। ଏହି ଘଟଣାରେ ଅନ୍ୟ କେହି ଆହତ ହୋଇନାହାଁନ୍ତି ବୋଲି ଅଧିକାରୀ କହିଛନ୍ତି। ଏ ଘଟଣା ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିଛି ।