ଭାରତ-ନ୍ୟୁଜିଲାଣ୍ଡ ଦ୍ଵିତୀୟ ଦିକିକିଆ: ଭାରତୀୟ ବୋଲରଙ୍କ ଦମଦାର ବୋଲିଂ, ୧୦୮ ରନ୍‌ରେ ନ୍ୟୁଜିଲାଣ୍ଡ ଅଲ୍‌ଆଉଟ୍‌

ଭୁବନେଶ୍ୱର,୨୧/୧(ସତ୍ୟପାଠ ବ୍ୟୁରୋ): ଭାରତ-ନ୍ୟୁଜିଲାଣ୍ଡ ୨ୟ ଦିନିକିଆରେ ଭାରତୀୟ ବୋଲରଙ୍କ ଜବରଦସ୍ତ ବୋଲିଂ। ଟିମ୍ ଇଣ୍ଡିଆର ଦମଦାର ବୋଲିଂ ଆଗରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି ନ୍ୟୁଜିଲାଣ୍ଡ ଟିମ୍। ୩୪.୩ ଓଭାରରେ ମାତ୍ର ୧୦୮ ରନ୍‌ରେ ଅଲ୍‌ଆଉଟ୍‌ ହୋଇଯାଇଛି କିଓ୍ୱି ଟିମ୍‌ । ତେବେ ଭାରତ ତରଫରୁ ମହମ୍ମଦ ସାମି ନେଇଛନ୍ତି ସର୍ବାଧିକ ୩ଟି ଓ୍ୱିକେଟ୍‌ । ସେହିଭଳି ହାର୍ଦିକ ପାଣ୍ଡ୍ୟା ଓ ୱାସିଂଟନ ସୁନ୍ଦର ୨ଟି ଲେଖାଏଁ ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ, ସର୍ଦ୍ଧୁଲ ଠାକୁର ଓ କୁଲଦୀପ ଯାଦବ ନେଇଛନ୍ତି ଗୋଟିଏ ଲେଖାଏଁ ୱିକେଟ।

ତେବେ ଆଜିର ମ୍ୟାଚ୍ ରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ଟିମ୍‌ ଇଣ୍ଡିଆ । ଯାହାକି ଭାରତୀୟ ବୋଲରଙ୍କ ପାଇଁ ଶୁଭ ସାବ୍ୟସ୍ତ ହୋଇଥିଲା ।ଭାରତୀୟ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ କିଓ୍ୱି ବ୍ୟାଟର । ଲଗାତର ଅନ୍ତରାଳରେ ପଡିଚାଲିଥିଲା ଓ୍ୱିକେଟ୍‌ । ନ୍ୟୁଜିଲାଣ୍ଡ ପକ୍ଷରୁ ଗ୍ଲେନ୍‌ ଫିଲିକ୍ସ ସର୍ବାଧିକ ୩୬ ରନ୍‌ କରିଥିବା ବେଳେ ମିଚେଲ୍‌ ବ୍ରେସଓ୍ୱେଲ୍‌ ୨୨ ରନ୍‌, ମେଚଲ୍‌ ସାଣ୍ଟନର ୨୭ ରନ୍‌ କରିଛନ୍ତି । ତେବେ ଦଳର ଅନ୍ୟ କୌଣସି ବ୍ୟାଟସମ୍ୟାନ୍‌ ଦୁଇ ଅଙ୍କ ବି ଛୁଇଁପାରି ନାହାନ୍ତି ।

Related Posts