ପୁରୀ ଜିଲ୍ଲା ଚତୁର୍ଥ ଜିଲ୍ଲା ପରିଷଦ ବୈଠକରେ ହୋହାଲ୍ଲା: କହିବାକୁ ସୁଯୋଗ ନ ଦେବାରୁ ଅଧାରୁ ଚାଲିଗଲେ ଜିଲ୍ଲା ପରିଷଦ ସଦସ୍ୟା

ଭୁବନେଶ୍ୱର,୨୦/୧(ସତ୍ୟପାଠ ବ୍ୟୁରୋ): ପୁରୀ ଜିଲ୍ଲା ପରିଷଦ ବୈଠକରେ ହୋହଲ୍ଲା । ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁଞ୍ଜଲତା ସାମଲଙ୍କୁ କହିବାକୁ ସୁଯୋଗ ନ ଦେବାରୁ ଅସମ୍ମାନିତ ହୋଇ ସେ ବୈଠକକୁ ବର୍ଜନ କରି ଚାଲିି ଯାଇଛନ୍ତି। ଏନେଇ ସେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇବେ ବୋଲି କହିଛନ୍ତି ।

ସୂଚନା ଅନୁସାରେ, ଶନିବାର ପୁରୀ ଜିଲା ପରିଷଦ ବୈଠକ ଗୃହରେ ୪ର୍ଥ ଜିଲ୍ଲା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଯୋଗ ଦେଇ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ଏହି ସମୟରେ ୧୮ ନମ୍ବର ଜୋନର ଜିଲ୍ଲା ପରିଷଦ ସଦସ୍ୟା କୁଞ୍ଜଲତା ୨୦୧୭ରୁ ୨୨ ପର୍ଯ୍ୟନ୍ତ ବାକି ଥିବା କାର୍ଯ୍ୟ କାହିଁକି କରାଯାଇ ନ ନାହିଁ ବୋଲି ପ୍ରଶ୍ନ କରିଥିଲେ । ହେଲେ ଜିଲାପାଳ ଉତ୍ତର ରଖିବା ପୂର୍ବରୁ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ହସ୍ତକ୍ଷେପ କରି କୁଞ୍ଜଲତାଙ୍କୁ ସମସ୍ତଙ୍କ ଆଗରେ ତାଚ୍ଛଲ୍ୟ କରିବା ସହ ଅସମ୍ମାନ କରିଥିଲେ । ଏମିତି କି ତାଙ୍କୁ ବୈଠକରେ କିଛି କହିବାକୁ ସୁଯୋଗ ନ ଦେବାରୁ ସେ ବୈଠକ ବର୍ଜନ କରି ଚାଲିଯାଇଥିଲେ । ଏନେଇ ସେ ମୁଖ୍ୟମନ୍ତ୍ରୀ ଭେଟି ଜଣାଇବେ ବୋଲି କହିଛନ୍ତି । ତେବେ ଗଣଶିକ୍ଷା ମନ୍ତ୍ରୀ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟଙ୍କ ପୁଅର ଦୁର୍ନୀତିକୁ ଘଣ୍ଟ ଘୋଡାଇବା ପାଇଁ କୁଞ୍ଜଲତାଙ୍କୁ ଆକ୍ଷେପମୂଳକ ମନ୍ତବ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ତେବେ ୨୦୨୨ ପଞ୍ଚାୟତ ନିର୍ବାଚନରେ ୧୮ନମ୍ବର ଜୋନର ବଳଙ୍ଗା ପଞ୍ଚାୟତରୁ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ବିଜେଡି ଛାଡି ବିଜେପିରେ ଯୋଗଦାନ କରି ନୋମିନି ପ୍ରାର୍ଥୀ ହୋଇ ବିଜେଡି ପ୍ରାର୍ଥୀ କୁଞ୍ଜଲତାଙ୍କୁ ବିରୋଧ କରିଥିଲେ । ପୁଣି ସେ ବିଜେଡିକୁ ଆସି ପୂର୍ବରୁ ବକେୟା ଥିବା ପ୍ରୋଜେକ୍ଟର ୱାର୍କ ଅର୍ଡର ଆଣିବାକୁ ସକ୍ଷମ ହେଲେ ଆଉ ତାଙ୍କ ପୁଅ ନାମରେ କାର୍ଯ୍ୟ କଲେ ବୋଲି ଅଭିଯୋଗ ହୋଇଛି ।

Related Posts