ଗୁଜୁରାଟ ନିର୍ବାଚନ ଫଳ: ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲଙ୍କ ରେକର୍ଡ ବ୍ୟବଧାନରେ ବିଜୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଗୁଜୁରାଟରେ ବିଜେପି ଭଳି ରାଜ୍ୟର ମୁଖ୍ୟମନ୍ତ୍ରୀ ଭୂପେନ୍ଦର ପଟେଲ ମଧ୍ୟ ଐତିହାସିକ ବିଜୟ ହାସଲ କରିଛନ୍ତି। ସେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଘାତଲୋଡିଆ ଆସନରୁ ବିଜୟୀ ହୋଇଛନ୍ତି। ସେ କେବଳ ଜିତି ନାହାନ୍ତି ବରଂ ରେକର୍ଡ ସଂଖ୍ୟକ ଭୋଟ ମଧ୍ୟ ପାଇଛନ୍ତି। ସେ ଏକତରଫା ଭାବେ କଂଗ୍ରେସ ମୁଖପାତ୍ର ତଥା ରାଜ୍ୟସଭା ସାଂସଦ ଆମୀ ୟାଜ୍ଞନିକଙ୍କୁ ଏକତରଫା ଭାବେ ପରାସ୍ତ କରିଛନ୍ତି।

ମୁଖ୍ୟମନ୍ତ୍ରୀ ପଟେଲ ୨,୧୩,୫୩୦ ଖଣ୍ଡ ଭୋଟ ପାଇଥିବା ବେଳେ ଆମୀ କେବଳ ୨୧,୨୬୭ ଖଣ୍ଡ ଭୋଟ ପାଇଛନ୍ତି। ଆପ୍‌ର ବିଜୟ ପଟେଲ ୧୬,୧୯୪ ଖଣ୍ଡ ଭୋଟ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ଏହି ଆସନକୁ ଭୂପେନ୍ଦର ୧,୯୨,୨୬୩ ଖଣ୍ଡ ଭୋଟରେ ଜିତି ଯାଇଛନ୍ତି। ଏହି ଐତିହାସିକ ବିଜୟ ହାସଲ କରିଥିବାରୁ ଶ୍ରୀ ପଟେଲ ଆସନ୍ତା ୧୨ ତାରିଖ ଦିନ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ଗତବର୍ଷ ସେପ୍ଟେମ୍ବର ମାସରେ ଭୂପେନ୍ଦର ପଟେଲ ଗୁଜରାଟର ମୁଖ୍ୟମନ୍ତ୍ରୀ ହୋଇଥିଲା। ୨୦୧୭ରେ ମଧ୍ୟ ଶ୍ରୀ ପଟେଲ ଏହି ଆସନରୁ ଜିତିଥିଲେ। ୨୦୧୭ରେ ସେ ୭୨.୬୫% ଭୋଟ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଶଶିକାନ୍ତ ପଟେଲ ମାତ୍ର ୨୪% ଭୋଟ ପାଇଥିଲେ। ଭୂପେନ୍ଦର ପଟେଲଙ୍କ ପୂର୍ବରୁ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲ ଘାତଲୋଡିଆ ଆସନରୁ ଜିତିଥିଲେ।

Related Posts