ଗୁଜୁରାଟ ମୋର୍ବି ଝୁଲା ବ୍ରିଜ ଭୁଶୁଡ଼ିବା ଘଟଣା: ଆସନ୍ତାକାଲି ରାଜ୍ୟବ୍ୟାପୀ ଶୋକ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମୋର୍ବି: ଗୁଜୁରାଟର ମୋର୍ବିରେ ହୋଇଥିବା ମର୍ମନ୍ତୁଦ କେବୁଲ ବ୍ରିଜ ଦୁର୍ଘଟଣା ସମଗ୍ର ଦେଶରେ ଶୋକାକୁଳ ପରିବେଶ ଖେଳି ଦେଇଥିବା ବେଳେ,ସେପଟେ ରାଜ୍ୟବ୍ୟାପୀ ଶୋକ ଘୋଷଣା କରିଛନ୍ତି ମୁଖ୍ୟମନ୍୍ରୀ । ନ‌ଭେମ୍ବର ୨, ଅର୍ଥାତ ଆସନ୍ତାକାଲି ଏହି ରାଜ୍ୟବ୍ୟାପୀ ଶୋକ ହେବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ଗୁଜୁରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଏକ ଟ୍ବିଟ୍‌ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନନ୍ଦ୍ରେ ମୋଦୀଙ୍କ ଅଧ୍ୟକ୍ଷତାରେ ଗାନ୍ଧୀନଗର ସ୍ଥିତ ରାଜଭବନରେ ଏକ ଉଚ୍ଚ ସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।

ଆସନ୍ତାକାରୀ ରାଜ୍ୟର ସମସ୍ତ ସରକାରୀ ଅଟଳିକା ଉପରେ ଜାତୀୟ ପତାକା ଉଡ଼ାଯିବ। କୌଣସି ପ୍ରକାରର ସରକାରୀ ବା ବେସରକାରୀ ଉତ୍ସବ, ଭୋଜି କିମ୍ବା କାର୍ଯ୍ୟକ୍ରମର ଆୟୋଜନ କରାଯିବ ନାହିଁ। ମୃତକମାନଙ୍କ ଆତ୍ମାର ଶାନ୍ତି ପାଇଁ ପ୍ରାର୍ଥନା କରିବାକୁ ମୁଁ ସାରା ରାଜ୍ୟବାସୀଙ୍କୁ ନବେଦନ କରୁଛି ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ଟ୍ବିଟ୍‌ରେ କହିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଆଜି ଗୁଜୁରାଟର ମୋର୍ବୀକୁ ଗସ୍ତ କରିବେ ବୋଲି ସୂଚନା ରହିଛି। ପ୍ରଧାନମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ମୃତକମାନଙ୍କ ପରିବାରକୁ ୨ ଲକ୍ଷ ଲେଖାଏ ଅନୁକମ୍ପାମୂଳକ ରାଶି ଘୋଷଣା ହୋଇଛି। ସେହିଗରି କ୍ଷତାକ୍ତଙ୍କ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି।

ଗୁଜୁରାଟର ମୋର୍ବିରେ ହୋଇଥିବା ମର୍ମନ୍ତୁଦ କେବୁଲ ବ୍ରିଜ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ବଢିଚାଲିଛି । ଏବେ ବି ପ୍ରଶାସନ ପକ୍ଷରୁ ନିଖୋଜଙ୍କ ସଂଧାନ ଓ ଉଦ୍ଧାର କାମ ଜାରି ରହିଛି ।

ସୂଚନାଯୋଗ୍ୟ ଯେ, ରବିବାର ହୋଇଥିବା ଏହି ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୧୩୩ ଛୁଇଁଥିବାବେଳେ ପୁଲିସ ଏହି ଘଟଣାରେ ଏପର୍ଯ୍ୟନ୍ତ ୯ ଜଣଙ୍କୁ ଗିରଫ କରିଛି ।

Related Posts