ଗୁଜୁରାଟର ମୋଢେରା ଗାଁ ହେଲା ଦେଶର ପ୍ରଥମ ସୌର ଶକ୍ତି ଚାଳିତ ଗାଁ: ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀନଗର: ଗୁଜୁରାଟର ମୋହସାନା ଜିଲ୍ଲା ମୋଢେରା ଗାଁ ହେଲା ଦେଶର ପ୍ରଥମ ୨୪ ଘଣ୍ଟା ସୌର ଶକ୍ତି ଚାଳିତ ଗାଁ । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଛନ୍ତି । ତିନିଦିନିଆ ଗୁଜୁରାଟ ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ଆଜି ପ୍ରଥମ ଦିନରେ ଗୁଜୁରାଟକୁ ଏହି ଉପହାର ଦେଇଛନ୍ତି।

ଆଜି ଗୁଜୁରାଟରେ ପହଞ୍ଚିବା ପରେ ମୋଢେରା ଯାଇ ଗାଁକୁ ଭାରତ ପ୍ରଥମ ଅକ୍ଷୟ ଉର୍ଜା ଚାଳିତ ଗାଁ ଭାବେ ଘୋଷଣା କରିଛନ୍ତି ମୋଦୀ। ସୌର ଶକ୍ତି ବ୍ୟବହାର କରି ମୋଢେରାର ଲୋକମାନେ ୬୦ରୁ ୧୦୦ ପ୍ରତିଶତ ଇଲେକ୍ଟ୍ରିକ୍ ବିଲ୍ ବଞ୍ଚାଇ ପାରିବେ ବୋଲି ମୋଦୀ କହିଛନ୍ତି।

ଗ୍ରାମବାସୀଙ୍କୁ ସମ୍ବୋଧନ କରି ମୋଦୀ କହିଛନ୍ତି ” ବର୍ତ୍ତମାନ ଆମେ ଆଉ ବିଜୁଳି ବିଲ୍ ପାଇଁ ଦେୟ ଦେବାନି। ବରଂ ବିଜୁଳି ବିକ୍ରି କରି ଆୟ କରିବ। କିଛି ସମୟ ପୂର୍ବରୁ ସରକାର ଲୋକମାନଙ୍କୁ ବିଜୁଳି ଦେଉଥିଲେ। ହେଲେ ବର୍ତ୍ତମାନ ଲୋକେ ନିଜ ଆବଶ୍ୟକ ମୁତାବକ ବିଜୁଳି ଉତ୍ପାଦନ କରିପାରିବେ।” ବର୍ତ୍ତମାନ ମୋଢେରା ଗାଁକୁ ଲୋକମାନେ ସୂର୍ଯ୍ୟଗ୍ରାମ ବୋଲି ଜାଣିବେ ବୋଲି ମୋଦୀ ଘୋଷଣା କରିଛନ୍ତି ।

Related Posts