
ହାଇଦ୍ରାବାଦ: ଆନ୍ଧ୍ରପ୍ରଦେଶରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ପାହାଡ଼ ଉପରୁ ପର୍ଯ୍ୟଟକଙ୍କ ବସ୍ ଖସି ପଡ଼ିଛି । ଫଳରେ ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଆନ୍ଧ୍ରପ୍ରଦେଶର ଅଲ୍ଲୁରୀ ସିତାରାମ ରାଜୁ ଜିଲ୍ଲାରେ ଏଭଳି ଦୁର୍ଘଟଣା ଘଟିଛି। ଏଏନ୍ଆଇର ରିପୋର୍ଟ ଅନୁସାରେ, ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏହି ବସ୍ଟି ବିଶାଖାପାଟନମ୍ରୁ ପାଦେରୁ ଯାଉଥିବା ବେଳେ ପାହାଡ଼ ତଳୁ ଖସିପଡ଼ିଥିଲା।
ଏହି ଦୁର୍ଘଟଣାରେ ୧୦ ଜଣ ପର୍ଯ୍ୟଟକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏହି ଦୁର୍ଘଟଣାରେ ଆହତମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନା ପଠାଇଛନ୍ତି।