ସୋପିଆନରେ ପୁଣି ଫୁଟିଲା ଗୁଳି: ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ ୨ଆତଙ୍କୀ

ଜମ୍ମୁକାଶ୍ମୀରର ସୋପିଆନ ଜିଲ୍ଲାର ଆମିସିପୋରା ଅଞ୍ଚଳରେ ପୁଣି ଫୁଟିଲା ଗୁଳି | ସୁରକ୍ଷାକର୍ମୀଙ୍କୁ ପୁଣି ମିଳିଛି ସଫଳତା | ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି | ଅଂଚଳରେ ଆତଙ୍କବାଦୀ ମାନେ ଲୁଚି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ମିଳିଥିଲା ଖବର | ଏନେଇ ଆଜି ସକାଳୁ ସକାଳୁ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ | ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚାଳନା କରିଥିଲେ | ଯାହାର ପାଲଟା ଜବାବ ଗୁଳିରେ ଦେଇଥିଲେ ସୁରକ୍ଷାକର୍ମୀ | ଫଳରେ ଉଭୟଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା | ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଜଣ ଆତଙ୍କୀ ଟଳି ପଡ଼ିଥିଲେ | ଏନେଇ ଜମ୍ମୁକାଶ୍ମୀର ପୋଲିସ ତରଫରୁ ସୂଚନା ପ୍ରଦାନ କରାଯାଇଛି ।

୨ ଆତଙ୍କୀଙ୍କ ନିକଟରୁ ବିପୁଳ ମାରଣାସ୍ତ୍ର ଜବତ କରାଯାଇଥିବା କହିଛି ଜମ୍ମୁକାଶ୍ମୀର ପୋଲିସ । ଏବେ ମଧ୍ୟ ଗୁଳିବିନିମୟ ଜାରି ରହିଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି | ଆହୁରି ଆତଙ୍କବାଦୀମାନେ ଲୁଚି ରହିଥିବା ଅନୁମାନ କରାଯାଉଛି |

Related Posts