ହାଇଦରକୁ ସାହାଯ୍ୟ କରିବା କନେଷ୍ଟବଳକୁ ପଡିଲା ମହଙ୍ଗା

haiderf

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ତେଲେଙ୍ଗାନାରୁ ଗିରଫ ହେବା ପରେ ହାଇଦରକୁ ନେଇ ଅନେକ ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ତେବେ ଏସସିବି ହସ୍ପିଟାଲରେ ନିଯୁକ୍ତ ଥିବା କନେଷ୍ଟବଳ ମହମ୍ମଦ ମୌସିମ୍‌କୁ ଆଜି ମଙ୍ଗଳାବାଗ ପୁଲିସ ଗିରଫ କରିଛି । ଏହା ପୂର୍ବରୁ ୬ଜଣ କନେଷ୍ଟବଳଙ୍କୁ ନିଲମ୍ବିତ କରାଯାଇଥିଲା । ତେବେ ହାଇଦରକୁ ହସ୍ପିଟାଲରୁ ଫେରାର କରିବା ପଛରେ ହାତ ରହିବା ଓ ହସ୍ପିଟାଲରେ ରହୁଥିବା ସମୟରେ ହାଇଦରର ଗତିବିଧିକୁ ଅଣଦେଖା କରିବା କଥା ସାମ୍ନାକୁ ଆସିବା ପରେ ମହମ୍ମଦ ମୌସିମ୍ ସନ୍ଦେହ ଘେରରେ ଆସିଥିଲା । ଏହା ପରେ ପୁଲିସ ମୌସିମକୁ ରିମାଣ୍ଡରେ ନେଇଥିଲା । ମୌସିମ୍ ସହ ସମ୍ବଲପୁର ଜେଲ୍ ଓାର୍ଡର ଶିବ ନାରାୟଣ ନନ୍ଦକୁ ମଧ୍ୟ ମଙ୍ଗଳାବାଗ ପୁଲିସ ଗିରଫ କରିଛି ।

Related Posts