ଫିକା ପଡିଲା ପବ୍ରିତ ଶ୍ରୀରାମ ନବମୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହାପ୍ରଭୁ ଶ୍ରୀରାମଙ୍କର ଆଜି ଜନ୍ମଦିନ । ସାରା ଦେଶବାସୀ ଏହି ଦିନଟିକୁ ରାମନବମୀ ରୂପେ ପାଳନ କରିଥାନ୍ତି । ହେଲେ ମହାମାରୀ କରୋନା ପାଇଁ ଚଳିତ ବର୍ଷ ଫିକା ପଡିଯାଇଛି ରାମନବମୀ । ଅନ୍ୟପଟେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟସରକାର ସମସ୍ତ ଧର୍ମାନୁଷ୍ଠାନକୁ ବନ୍ଦ କରିବା ସହ ଶ୍ରଦ୍ଧାଳୁଙ୍କ ପ୍ରବେଶ ନିଷେଧ କରିଛନ୍ତି । ତେବେ ପ୍ରତ୍ୟେକ ବର୍ଷ ଆଜିର ଦିନରେ ସମସ୍ତ ରାମମନ୍ଦିର ଗୁଡିକରେ ଶ୍ରଦ୍ଧାଳୁଙ୍କ ଭିଡ ଜମିଥାଏ । ହେଲେ ଚଳିତ ବର୍ଷ ବିଏମସି ଓ ସିଏମସି ସମସ୍ତ ମନ୍ଦିର ମାନଙ୍କରେ ଶ୍ରଦ୍ଧାଳୁଙ୍କର ପ୍ରବେଶ ଓ ପୂଜାର୍ଚ୍ଚନା ଉପରେ କଟକଣା ଲଗାଇ ଦେଇଛନ୍ତି । ଚଳିତ ବର୍ଷ ସମସ୍ତ କୋଭିଡ କଡକଣାକୁ ମାନି ଧର୍ମାନୁଷ୍ଠାନ ଗୁଡିକରେ ଦୈନନ୍ଦିନ ନୀତିକାନ୍ତି ଓ ପୂଜାର୍ଚ୍ଚନା କରାଯିବ । ମନ୍ଦିରର ପୂଜକମାନେ ଥର୍ମାଲ ସ୍କ୍ରିନିଂ କରିବା ଓ ସମସ୍ତ କୋଭିଡ କଟକଣାକୁ ମାନି ମନ୍ଦିର ଭିତରକୁ ପ୍ରବେଶ କରିବେ ।

Related Posts