କରୋନା ପାଇଁ ବାତିଲ୍ ହେଲା ଏଲ୍‌ଏଲ ଓ ଡିଏଲ୍‌ ଟେଷ୍ଟ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: କରୋନା ପାଇଁ ବାତିଲ୍ ହେଲା ସମସ୍ତ ଏଲ୍‌ଏଲ ଓ ଡିଏଲ୍‌ ଟେଷ୍ଟ। ଆଜି ଏ ନେଇ ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସଟିଏ) ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏହି ନିର୍ଦ୍ଦେଶ ଏପ୍ରିଲ୍‌ ୨୨ ତାରିଖ ଠାରୁ କାର୍ଯ୍ୟକାରୀ ହେବ । ପରବର୍ତ୍ତୀ ନିଷ୍ପତ୍ତି ପର୍ଯ୍ୟନ୍ତ ଏହି ଆଦେଶ ବଳବତ୍ତର ରହିବ। କରୋନାର ଦ୍ବିତୀୟ ଲହରୀ ଭୟାବହତାକୁ ଦୃଷ୍ଟିରେ ରଖି ବିଭାଗ ଏହି ନିଷ୍ପତ୍ତି ନେଇଛି । ସମସ୍ତଙ୍କ ଅବଗତି ନିମନ୍ତେ ଆରଟିଓଗୁଡ଼ିକ ଡିଏଲ ଏବଂ ଏଲଏଲ ଟେଷ୍ଟ ବାତିଲ ନେଇ ଫେସବୁକ, ଟ୍ବିଟର ଆକାଉଣ୍ଟ ମାଧ୍ୟମରେ ସୂଚନା ପ୍ରଦାନ କରିବେ । ସୂଚନାଯୋଗ୍ୟ ଯେ , ରାଜ୍ୟରେ ଏବେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୪ ହଜାର ପାର କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪,୭୬୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts