ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢିବେ ବିଧାୟକ ରବି ରାଣା ଓ ତାଙ୍କ ସାଂସଦ ପତ୍ନୀ ନବନୀତ ରାଣା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଘର ଆଗରେ ହନୁମାନ ଚାଳିଶା ପଢିବେ ବିଧାୟକ ରବି ରାଣା ଓ ତାଙ୍କ ସାଂସଦ ପତ୍ନୀ ନବନୀତ ରାଣା । ଦୁଇ ନେତା ଏହି କହିବା ପରେ ତାଙ୍କ ବିରୋଧରେ ନୋଟିସ୍ ଜାରି ହୋଇଛି। ଶୁକ୍ରବାର ମୁମ୍ବାଇ ପୁଲିସ ଦୁଇ ନେତାଙ୍କୁ ନୋଟିସ୍ ଜାରି କରିଛି। କୋଡ ଅଫ୍‌ କ୍ରିମିନାଲ ପ୍ରୋସିଡ୍ୟୁର ସେକ୍ସନ ୧୪୯ ଅନୁସାରେ ତାଙ୍କ ନୋଟିସ ଜାରି କରାଯାଇଛି। ଏହି ଧାରା ଜାଣି ଜାଣି କରାଯାଉଥିବା ଅପରାଧକୁ ରୋକିବାକୁ ପୁଲିସକୁ ଅନୁମତି ଦେଇଥାଏ।

ଏହି ଘଟଣାରେ ରାଣା ଦମ୍ପତି ଶୁକ୍ରବାର ସକାଳେ ମୁମ୍ବାଇରେ ପହଞ୍ଚିଛନ୍ତି। ତାଙ୍କ ଚ୍ୟାଲେଞ୍ଜକୁ ରୋକିବାକୁ ସକାଳୁ ମାତୋଶ୍ରୀ ସମେତ ବିଭିନ୍ନ ସ୍ଥାନରେ ଶିବସେନା କର୍ମଚାରୀ ମୁତୟନ ହୋଇଛନ୍ତି। ପୁଲିସ କହିଛି ଯଦି ଦମ୍ପତି ଏପରି କରି ଆଇନ୍‌କୁ ନିଜ ହାତକୁ ନିଅନ୍ତି, ତେବେ ତାଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦମ୍ପତି ମୁମ୍ବାଇ ଆସିବା ପରେ ଶିବ ସେନାର କର୍ମଚାରୀମାନେ ମାତୋଶ୍ରୀ ସମେତ ବିଭିନ୍ନ ସ୍ଥାନରେ କଡ଼ା ପହଁରା ଦେଇଛନ୍ତି। ତେବେ ରାଣା ଦମ୍ପତି ୫୦୦ ବିକ୍ଷୋଭକାରୀଙ୍କୁ ଧରି ମାତୋଶ୍ରୀ ସାମ୍ନାରେ ହନୁମାନ ଚାଳିଶା ପଢ଼ିବେ ବୋଲି ସୂଚନା ମିଳିଛି।

Related Posts