ପୁଣି ବଢ଼ିଲା କରୋନା ସଂକ୍ରମଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ବଢ଼ିଲା କରୋନା ସଂକ୍ରମଣ । ଦେଶରେ କରୋନାର ଦୈନିକ ସଂକ୍ରମଣ କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୨୪୫୧ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହାକୁ ମିଶାଇ ତୃତୀୟ ଦିନ ପାଇଁ ଦେଶର ଦୈନିକ ସଂକ୍ରମଣ ୨ ହଜାର ଉପରେ ରେକର୍ଡ କରାଯାଇଛି।

ଗୁରୁବାର ୨୩୮୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହା ୨୪୫୦ ପାର କରିଛି। ସେହିପରି ଗୁରୁବାର ସକ୍ରିୟ ରୋଗୀଙ୍କ ମାମଲା ୧୩,୪୩୩ ରହିଥିଲା। କିନ୍ତୁ ଏଥିରେ ଆଜି ଆଉ ୮୦୮ ନୂଆ ଆକ୍ରାନ୍ତ ଯୋଡ଼ି ହୋଇଯାଇଛନ୍ତି। ଫଳରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪,୨୪୧କୁ ବଢ଼ିଛି।

Related Posts