ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଅଧିନାୟକ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ମିଳିଲା ଗୁରୁ ଦାୟିତ୍ୱ । 2024 ଆଇପିଏଲ୍ ସିଜିନ୍ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପ୍ଟେନ କରିଛି ମୁମ୍ବାଇ ଇଣ୍ଡିଆନ୍ସ। ମୁମ୍ବାଇ ଇଣ୍ଡିଆନ୍ସର କ୍ୟାପଟେନ ଭାବେ ପାଣ୍ଡ୍ୟାଙ୍କ କାର୍ଯ୍ୟକାଳ ଆରମ୍ଭ ହେବାସହ ରୋହିତ ଶର୍ମାଙ୍କ ଦଶ ବର୍ଷର ଅଧିନାୟକତ୍ୱ ଯୁଗର ଅବସାନ ଘଟିଛି।

ରୋହିତ ଶର୍ମା 2013ରେ ମୁମ୍ବାଇ ଟିମର ଅଧିନାୟକ ହୋଇଥିଲେ। ତାଙ୍କ ନେତୃତ୍ୱରେ ମୁମ୍ବାଇ ପାଞ୍ଚ ଥର ଆଇପିଏଲ୍ ଟ୍ରଫି ଜିତିଥିଲା। ତେବେ ବର୍ତ୍ତମାନ ରୋହିତ ମୁମ୍ବାଇର ଅଧିନାୟକ ପଦ ହରାଇଛନ୍ତି। କିନ୍ତୁ ସେ ଦଳ ସହ ରହିବେ। ଜଣେ ସାଧାରଣ ଖେଳାଳି ଭାବେ ସେ 2024 ଆଇପିଏଲ ସିଜିନରେ ନଜର ଆସିବେ। ଏଥିସହ ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକତ୍ୱରେ ସହାୟତା କରିବେ ବୋଲି ଟିମ୍ ମ୍ୟାନେଜମେଣ୍ଟ ସୂଚନା ଦେଇଛି।

ପାଣ୍ଡ୍ୟା ନିକଟରେ ଗୁଜରାଟ ଟାଇଟାନ୍ସ ଛାଡି ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଥିଲେ। ସେ ଗତ ଦୁଇ ସିଜିନରେ ଗୁଜରାଟର ଅଧିନାୟକ ଥିଲେ। ଏହି ସମୟ ମଧ୍ୟରେ ଟାଇଟନ୍ସକୁ 2022ରେ ଚାମ୍ପିଅନ୍ ଏବଂ 2023ରେ ରନର୍ସ ଅପ୍ କରାଇଥିଲେ। କିନ୍ତୁ ତାଙ୍କର ଆଇପିଏଲ୍ କ୍ୟାରିଅର୍ ମୁମ୍ବାଇ ଇଣ୍ଡିଆନ୍ସରୁ ହିଁ ଆରମ୍ଭ ହୋଇଥିଲା। 2024ରେ ସେ ନିଜର ପୁରୁଣା ଟିମ୍ ମୁମ୍ବାଇର ମଙ୍ଗ ଧରିବାକୁ ଯାଉଛନ୍ତି।

Related Posts