ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ପରଲୋକ । ୭୨ ବର୍ଷ ବୟସରେ ଚିକିତ୍ସାଧାନୀ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି । କିଛିଦିନ ହେବ ସେପ୍ଟିସିମିଆ ରୋଗରେ ପୀଡ଼ିତ ଥିଲେ । ଦଶପଲ୍ଲା ଆସନରୁ ୬ଥର ବିଧାୟକ ଥିଲେ ହରିହର । ଦୁଇଥର ସ୍ବାଧୀନ ବିଧାୟକ ଥିବା ବେଳେ ୪ଥର କଂଗ୍ରେସ ଟିକେଟରୁ ବିଜୟୀ ହୋଇଥିଲା ।

ଗତ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ହରିହରଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି । 1947ରେ ଜନ୍ମ ଗ୍ରହଣ କରିଥିବା ହରିହର ଛାତ୍ରଜୀବନରୁ ରାଜନୀତିରେ ପାଦ ଦେଇଥିଲେ । ୧୯୭୪ରେ ସେ ପ୍ରଥମ ଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୮୦ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ହୋଇଥିଲେ ହରିହର କରଣ । ଏଥିସହ ୨୦୧୩ରେ ପିସିସି ଶୃଙ୍ଖଳା କମିଟି ମୁଖ୍ୟ ମଧ୍ୟ ଥିଲେ ।

Related Posts