ପୂର୍ବତନ ମନ୍ତ୍ରୀଙ୍କ ମୃତ୍ୟୁକୁ ନେଇ ବିବାଦ

ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ମନ୍ତ୍ରୀ ହରିହର କରଣଙ୍କ ମୃତ୍ୟୁକୁ ନେଇ ବିବାଦ । ସେପ୍ଟିସେମିଆରେ ପୀଡ଼ିତ ହରିହର ଭୁବନେଶ୍ବର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଇସିୟୁରେ ଚିକିତ୍ସିତ ହେଉଥିବା ବେଳେ ଶନିବାର ଅପୋଲ ହସ୍ପିଟାଲରେ ଘଟିଥିଲା ଅଗ୍ନିକାଣ୍ଡ । ହରିହରଙ୍କ ସମେତ ୧୫ରୁ ଅଧିକ ରୋଗୀଙ୍କୁ ତୁରନ୍ତ ଆଇସିୟୁର ବାହାର କରାଯାଇଥିଲା । କିଛି ସମୟ ପରେ ତାଙ୍କୁ ଅନ୍ୟ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

ମାତ୍ର ଆପୋଲ ହସ୍ପିଟାଲ ପକ୍ଷରୁ ଆବଶ୍ୟକ କାଗଜପତ୍ର ଦିଆଯାଇ ନଥିଲା । ଚିକିତ୍ସା ସଂକ୍ରାନ୍ତୀୟ କାଗଜପତ୍ର ମିଳିବାରେ ବିଳମ୍ବ ହେବାରୁ ଠିକ୍‌ ଭାବେ ତାଙ୍କର ଚିକିତ୍ସା ହୋଇପାରିନଥିଲା । ଯେଉଁଥିପାଇଁ ତାଙ୍କର ମୃତ୍ୟୁ ହେଲା ବୋଲି ହରିହରଙ୍କ ପୁଅ ରାଜେଶ କରଣ ଅଭିଯୋଗ କରିଛନ୍ତି । ଆପୋଲୋ ହସ୍ପିଟାଲ ଅଗ୍ନିକାଣ୍ଡ ପରେ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କ ମଧ୍ୟରୁ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

Related Posts