କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ଆରମ୍ଭ ହେବ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’: ମଲ୍ଲିକାର୍ଜୁନ ଖଡଗେ

ନୂଆଦିଲ୍ଲୀ: ଲୋକଙ୍କ ନିକଟତର ହେବା ପାଇଁ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଜାରୀ ରହିଛି ଭାରତ ଯୋଡୋ ଯାତ୍ରା । ସିଧାସଳଖ ଭାବେ ଜନତାଙ୍କ ସହ କଥାବାର୍ତ୍ତା କରିବା ପାଇଁ କଂଗ୍ରେସ ଏହି ଯାତ୍ରାର ଆୟୋଜନ କରିଛି। ତେବେ ଏହି ଯାତ୍ରା ପରେ କଂଗ୍ରେସ ‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆରମ୍ଭ କରିବ ବୋଲି କହିଛି। ଆଜି କଂଗ୍ରେସର ପରିଚାଳନା କମିଟି ବୈଠକରେ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣା କରିଛନ୍ତି।

“ଆମେ ଜାନୁଆରୀ ୨୬ରୁ ଏକ ବିଶାଳ ଅଭିଯାନ-‘ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛୁ। ଏହା ଏକ ଦୁଇ ମାସର ଅଭିଯାନ ହେବ, ଯାହା ଅଧୀନରେ ବ୍ଲକ ସ୍ତରୀୟ ପଦଯାତ୍ରା କରାଯିବ। ଏହି ସମୟ ମଧ୍ୟରେ ଦଳ ରାହୁଲ ଗାନ୍ଧୀଙ୍କ ଏକ ଚିଠି ଏବଂ ମୋଦୀ ସରକାରଙ୍କ ବିରୋଧରେ ଥିବା ଚାର୍ଜସିଟ ଲୋକଙ୍କୁ ହସ୍ତାନ୍ତର କରିବ। ଏହି ଯାତ୍ରା ସମୟରେ ଆମେ ଯୁବପିଢ଼ି ସହ ଯୋଡି ହେବା ଉପରେ ବିଶେଷ ଧ୍ୟାନ ଦେବୁ ବୋଲି ଦଳର ନେତା କେସି ଭେଣୁଗୋପାଳ ଗଣମାଧ୍ୟମକୁ କହିଛନ୍ତି।

“ବୈଠକ ସମୟରେ ଆମେ ଭାରତ ଯୋଡୋ ଯାତ୍ରା ପରେ କ’ଣ କରାଯିବ ସେ ବିଷୟରେ ଆଲୋଚନା କରିଥିଲୁ। ‘’ହାତ୍ ସେ ହାତ୍ ଯୋଡୋ ଅଭିଯାନ’ ହେଉଛି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ, ଯାହା କରିବାକୁ ଯୋଜନା କରାଯାଇଛି। ବ୍ଲକ ତଥା ଜିଲ୍ଲା ସ୍ତରରେ ଏହା କରାଯିବ। ରାହୁଲ ଗାନ୍ଧୀ ଏହି ସମୟରେ ଭାରତ ଯୋଡୋ ଯାତ୍ରାର ସଫଳତାକୁ ବିଷୟରେ କହିବେ” ବୋଲି କଂଗ୍ରେସର ସାଂସଦ ଜୟରାମ ରମେଶ କହିଛନ୍ତି

Related Posts