ମରିଗଲା ପରେ ବି ଲୁଟିବାକୁ ଭୁଲିଲେନି, ମୃତ କରୋନା ରୋଗୀଙ୍କ ପକେଟରୁ ଚୋରୀ କରିନେଲେ ୩୫ ହଜାର ଟଙ୍କା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦେଶରେ କରୋନା ମହାମରୀର ଦ୍ୱିତୀୟ ଲହରୀ ପ୍ରଭାବ ମୃତର ତାଣ୍ଡବ ରଚିଛି । ଏଭଳି ସମୟରେ ଅତ୍ୟନ୍ତ ସମ୍ବେଦନଶୀଳ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି ମହାରାଷ୍ଟ୍ରର ଧୁଲେ ସ୍ଥିତ ଏକ ହସ୍ପିଟାଲରୁ । ସେହି ହସ୍ପିଟାଲର ୱାର୍ଡ କର୍ମଚାରୀମାନେ ଏକ ମୃତ କରୋନା ରୋଗୀଙ୍କ ପକେଟରୁ ଟଙ୍କା ବାହାର କରୁଥିବା ବେଳେ ସିସିଟିଭି କ୍ୟାମେରାରେ ଏହା ରେକର୍ଡ ହୋଇଛି । ଭିଡିଓଟି ରେ ଶ୍ରୀ ଗଣେଶ ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ୱାର୍ଡ କର୍ମଚାରୀ ଥିବା ଚାରିଜଣ ଯୁବକଙ୍କୁ ଏକ ଛୋଟ କୋଠରୀ ଭିତରେ ଦେଖିବାକୁ ମିଳିଥିଲା । ଯେଉଁଠାରେ ମୃତ ରୋଗୀ ଏକ ଷ୍ଟ୍ରେଚରରେ ଶୋଇଥିବା ସମୟରେ ଜଣେ ବ୍ୟକ୍ତି ଖୁବ୍ ଶୀଘ୍ର, କମ୍ପାର୍ଟମେଣ୍ଟର କବାଟ ବନ୍ଦ କରିଥିବା ବେଳେ ଅନ୍ୟଜଣେ ମୃତ କରୋନା ରୋଗୀଙ୍କ ୱାଲେଟ୍ ବାହାର କରୁଥିବା ଦେଖାଯାଇଥିଲା। ସୂଚନା ଅନୁସାରେ ରୋଗୀ ଦୁଇ ଦିନ ଧରି ଚିକିତ୍ସା ପାଇଁ ପ୍ରାୟ ୬୫,୦୦୦ଖର୍ଚ୍ଚ କରିଥିବା ବେଳେ ତାଙ୍କ ପାଖରେ ପ୍ରାୟ ୩୫,୦୦୦ ରହିଯାଇଥିଲା । ହସ୍ପିଟାଲର ଚାରିଜଣ ୱାର୍ଡ ଯୁବକ ରୋଗୀଙ୍କ ପକେଟ ରୁ ସେହି ପଇସା ଚୋରୀ କରି ନେବା ସିସିଟିଭି ରେ ରେକର୍ଡ ହେଇଥିଲା।

Related Posts