ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ଘଟଣା; କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ ଘଟଣାରେ ନବ ଦାସଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହାସହିତ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ଜଣେ ପୁଲିସ କର୍ମୀ ନବ ଦାସ୍ ଙ୍କ ଉପରକୁ ଗୁଳି ମାଡ କଲେ ସେନେଇ କ୍ରାଇମବ୍ରାଞ୍ଚ ତଦନ୍ତ କରିବ। ସେପଟେ ନବ ଦାସଙ୍କୁ ଝାରସୁଗୁଡ଼ାରୁ ଏୟାରଲିଫ୍ଟ କରାଯାଇଛି । ତାଙ୍କୁ ସ୍ଵତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରର ଆପୋଲୋ ହସ୍ପିଟାଲକୁ ଅଣାଯାଉଛି ।

ରାଜଧାନୀରେ ଏଥିପାଇଁ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଇଛି । ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ଆପୋଲୋ ହସପିଟାଲ ଅଣାଯିବ । ପ୍ରଥମେ ୪ଜଣ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ । ସବୁ ପ୍ରକାରର ଅତ୍ୟାଧୁନିକ ଯନ୍ତ୍ରପାତି ମଧ୍ୟ ପ୍ରସ୍ତୁତ ରଖାଯାଇଛି । ସେ ପହଞ୍ଚିବା ପରେ ତାଙ୍କୁ କେଉଁଭଳି ଚିକିତ୍ସା କରାଯିବ ତାହା ସ୍ପଷ୍ଟ ହେବ ବୋଲି ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ସେହିଭଳି ଆବଶ୍ୟକତା ପଡିଲେ ଅପରେସନ ପାଇଁ ମଧ୍ୟ ଓଟି ପ୍ରସ୍ତୁତ ରଖାଯାଇଛି । ସର୍ଜରୀ, ମେଡିସିନ, ଆନାସଥେସିଆ, ଆସିୟୁ ବିଭାଗର ବିଶେଷଜ୍ଞ ଡାକ୍ତର ପ୍ରସ୍ତୁତ ରହିଛନ୍ତି ।

Related Posts