ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ କଲେ ପୋଲିସ କର୍ମୀ; ଗୁରୁତର ଅବସ୍ଥାରେ ହସ୍ପିଟାଲକୁ ସ୍ଥାନାନ୍ତର

ଭୁବନେଶ୍ୱର,୨୯/୧(ସତ୍ୟପାଠ ବ୍ୟୁରୋ): ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କୁ ଗୁଳି ମାଡ଼। ବ୍ରଜରାଜନଗର ଗାନ୍ଧି ଛକରେ ଗୁଳିମାଡ଼ ସୂଚନା । ଗୁଳିଟି ତାଙ୍କ ଛାତିର ବାମ ପାଖରେ ବାଜିଛି। ସେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବ୍ରଜରାଜନଗର ଆସିଥିଲେ। ଏକ ବିରାଟ ଶୋଭାଯାତ୍ରାରେ ଆସୁଥିବା ବେଳେ ଜଣେ ପୁଲିସ କର୍ମୀ ଗୁଳିମାଡ଼ କରୁଥିବା କୁହାଯାଉଛି। ରକ୍ତାକ୍ତ ଅବସ୍ଥାରେ ନବ କିଶୋର ଦାସଙ୍କୁ ଡାକ୍ତରଖାନାକୁ ନିଆଯାଉଛି।

ତେବେ ପ୍ରାଥମିକ ସୂଚନା ଅନୁସାରେ ଜଣେ ପୁଲିସ କର୍ମୀ ମନ୍ତ୍ରୀଙ୍କ ଉପରକୁ ଗୁଳିମାଡ଼ କରିଥିବା ଜଣା ପଡିଛ। ଏନେଇ ବ୍ରଜରାଜନଗର ଏସଡିପିଓ କହିଛନ୍ତି ଯେ ଗାନ୍ଧୀଛକ ଫାଣ୍ଡିର ପୁଲିସ ଏଏସଆଇ ଗୋପାଳ ଦାସ ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ଗୁଳିମାଡ଼ କରିଛନ୍ତି।ଅଭିଯୁକ୍ତଙ୍କୁ କାବୁ କରାଯାଇଛି। ତାଙ୍କୁ ରିଭଲଭର ଇସ୍ୟୁ ହୋଇଥିଲା। ହେଲେ କେଉଁ କାରଣରୁ ସେ ଗୁଳି ଚାଳନା କରିଛନ୍ତି, ତାହା ଜଣାପଡ଼ିନାହିଁ।

Related Posts