ଆସନ୍ତା ୫ ଦିନ ପ୍ରବଳ ବର୍ଷା: ଆଞ୍ଚଳିକ ପାଣିପାଗ ବିଭାଗ

ଭୁବନେଶ୍ବର: ତୁହାକୁ ତୁହା ବର୍ଷା ରେ ବେହାଲ ରାଜ୍ୟ ବାସୀ । ରାଜ୍ୟରେ ଜାରୀ ରହିଛି ଲଘୁଚାପ ଜନିତ ବର୍ଷା । ଯାହାର ପ୍ରଭାବରେ ଅନେକ ସ୍ଥାନରେ ବର୍ଷା ହେଉଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ଏହି ବର୍ଷାରୁ ନାହିଁ ନିସ୍ତାର । ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ ।

ସେପଟେ ୨୪ ଘଣ୍ଟା ମଧ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୬ଟି ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଥିବା ବେଳେ ପ୍ରବଳ ବର୍ଷା ନେଇ ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି ।

ଘନୀଭୂତ ହେଉଛି ଓ୍ବେଲମାର୍କ ଲୋ ପ୍ରେସର, ପ୍ରଭାବରେ ୫ ଦିନ ପ୍ରବଳ ବର୍ଷିବଚଳିତ ମାସରେ ଦୁଇଟି ଲଘୁଚାପ ସୃଷ୍ଟି ହେବା ସହ ଦୁଇଟି ଯାକ ସ୍ଥଳଭାଗରେ କେନ୍ଦ୍ରୀଭୁତ ହୋଇଛି । ଫଳରେ ଘନୀଭୂତ ହେଉଛି ଓ୍ବେଲମାର୍କ ଲୋ ପ୍ରେସର । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କତା ଜାରୀ କରିଛନ୍ତି ଆଞ୍ଚଳିକ ପାଣିପାଗ ବିଭାଗ ନିର୍ଦ୍ଦେଶକ ଏଚ.ଆର ବିଶ୍ବାର । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଲଘୁଚାପ ଜନିତ ବର୍ଷା କାରଣରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ସାଙ୍ଘାତିକ ସ୍ଥିତି ସୃଷ୍ଟି ହୋଇପାରେ । ମାଟି ଧସିବା ସହ ନଦୀର ସ୍ତର ବୃଦ୍ଧି ପାଇପାରେ । ଏହା କାରଣରୁ ବନ୍ୟା ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇପାରେ ଏବଂ ବିଭିନ୍ନ ସ୍ଥାନକୁ ଯୋଗାଯୋଗ ବିଛିନ୍ନ ହୋଇପାରେ ।ପାଣିପାଗ ବିଭାଗର ଆକଳନ ଅନୁସାରେ ୧୪ ଜୁଲାଇ ଗୁରୁବାର ଠାରୁ ଉତ୍ତର ଉପକୂଳ ଓଡ଼ିଶାରେ ବର୍ଷାର ପରିମାଣ ବଢିବ । ୭୦ ମିଲିମିଟରରୁ ୨୦୦ ମିଲିମିଟର ପର୍ଯ୍ୟନ୍ତ ବର୍ଷା ହେବ । ରାଜ୍ୟରେ ଏବେ ମୌସୁମୀ ଟ୍ରପଲାଇନ୍ ସକ୍ରୀୟ ରହିଛି । ଓ୍ବେଲମାର୍କ ଲୋ ପ୍ରେସର ସହ ସୃଷ୍ଟି ହୋଇଥିବା ଆଉ ଏକ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଜାରୀ ରହିଛି । ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଗଞ୍ଜାମ, ନୟାଗଡ, କନ୍ଧମାଳ, ବୌଦ୍ଧ, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରୀ କରାଯାଇଥିବା ବେଳେ ଦକ୍ଷିଣ ଉପକୂଳ ଓଡ଼ିଶାର ୧୫ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରୀ କରାଯାଇଛି ।

Related Posts