ପ୍ରବଳ ବର୍ଷା: ତେଲେଙ୍ଗାନାରେ ତିନି ଦିନ ସ୍କୁଲ-କଲେଜ ଛୁଟି

ନୂଆଦିଲ୍ଲୀ: ଦେଶର ବିଭିନ୍ନ ସ୍ଥାନରେ ମୌସୁମୀ ସକ୍ରିୟ ରହିବା ନେଇ ପ୍ରବଳ ବର୍ଷା ହୋଇଛି । ଯାହାଫଳରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗୁଜରାଟ, ମହାରାଷ୍ଟ୍ର, ତେଲେଙ୍ଗାନା ଏବଂ କର୍ଣ୍ଣାଟକରେ ମୌସୁମୀ ସମ୍ପୂର୍ଣ୍ଣ ସକ୍ରିୟ ରହିଥିବା ବେଳେ, ଗୁଜରାଟରେ ବର୍ଷା ଯୋଗୁଁ ତଳିଆ ଆଞ୍ଚଳ ଜଳମଗ୍ନ ହୋଇଛି ।

ଗତ ୨୪ ଘଣ୍ଟାରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ଯୋଗୁଁ ୯ ଜଣଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଗତ ୨୪ ଘଣ୍ଟାରେ କର୍ଣ୍ଣାଟକ ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ହୋଇପାରେ ।

ସେହିପରି ଗୁଜରାଟର ନବସାରୀ ଏବଂ ଭଲସାଡରେ ୭୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଔରସଙ୍ଗ ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ତଳିଆ ଅଞ୍ଚଳ ପାଣି ଘେରରେ ରହିଛି । ନବସାରୀ ଜିଲ୍ଲା ପ୍ରଶାସନ କାଭେରୀ ଏବଂ ଅମ୍ୱିଗା ନଦୀର ଜଳସ୍ତର ବିପଦ ସଂକେତ ଉପରେ ପ୍ରଭାବିତ ହେଉଥିବାରୁ ଆଲର୍ଟ ଜାରି କରାଯାଇଛି । ରବିବାର ଭାଲସାଡ ଏବଂ ନବସାରୀରେ ପ୍ରବଳ ବର୍ଷା ହୋଇଛି ।

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ର ଶେଖର ରାଓ ରାଜ୍ୟର ତିନୋଟି ଶିକ୍ଷାନୁଷ୍ଠାନକୁ ତିନି ଦିନ ଯାଏଁ ଛୁଟି ଘୋଷଣା କରିଛନ୍ତି। ରାଜ୍ୟରେ ପ୍ରବଳ ବର୍ଷା ଯୋଗୁଁ ଜନ-ଜୀବନ ଅସ୍ତବ୍ୟସ୍ତ ହୋଇଛି। ବରିଷ୍ଠ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ବୈଠକ କରି ସ୍ଥିତିକୁ ନଜରରେ ରଖି ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୯ ଜଣଙ୍କ ମୃତ୍ୟୁ ହୋଇଛି। ଅନ୍ୟପଟେ ବିପର୍ଯ୍ୟୟ ପରିଚାଳନାର କହିବା କଥା ଜୁନ ୧ରୁ ବର୍ତ୍ତମାନ ସୁଦ୍ଧା ୭୬ ଜଣଙ୍କ ମୃତ୍ୟୁ ହୋଇଛି।

Related Posts