ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେଲାନି ପେଟ୍ରୋଲିୟମ ଡିଲର ସଂଘ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୁଇ ଦିନିଆ ଭାରତ ବନ୍ଦରେ ସାମିଲ ହେଲାନି ପେଟ୍ରୋଲିମ ଡିଲର ସଂଘ । ତେବେ ୧୨ ଦଫା ଦାବି ନେଇ ଦୁଇ ଦିନିଆ ଭାରତ ବନ୍ଦ ଡ଼ାକରା ଦେଇଛନ୍ତି କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସଂଘ । ହେଲେ ଏହି ବନ୍ଦରୁ ଭାରତୀୟ ପେଟ୍ରୋଲିମ୍ ଡିଲର୍ ମହାସଂଘ ସାମିଲ୍ ହୋଇନାହିଁ। ଏହି କାରଣରୁ ରାଜ୍ୟ ଅଧିକଂଶ ସ୍ଥାନରେ ପେଟ୍ରୋଲ୍ ପମ୍ପଗୁଡ଼ିକ ଖୋଲା ରହିଛି। ତେବେ ରାଜଧାନୀରେ ସକାଳେ ପେଟ୍ରୋଲ୍ ପମ୍ପଗୁଡ଼ିକ ବନ୍ଦ ରହିଛି। ମାତ୍ର ଉପରବେଳା ପେଟ୍ରୋଲ୍ ପମ୍ପଗୁଡ଼ିକ ଖୋଲା ରହିବ ବୋଲି ପେଟ୍ରୋଲିମ୍ ଡିଲର ସଂଘ ପକ୍ଷରୁ କୁହାଯାଇଛି।

ସେପଟେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ପିକେଟିଂ ସହ ବିକ୍ଷୋଭ କରାଯାଇଛି। ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଭୁବନେଶ୍ୱର ରେଳ ଷ୍ଟେସନରେ ନାରାବାଜି କରାଯିବା ସହ ରେଳରୋକ କରାଯାଇଛି। ଏଣେ କଟକ ରେଳ ଷ୍ଟେସନରେ ନାରାବାଜି କରାଯିବା ସହ ରେଳରୋକ କରାଯାଇଛି। ଠିକ୍ ସେହିପରି ବାଲେଶ୍ବରରେ କିଛି ସମୟ ଲାଗି ନାରାବାଜି କରାଯିବା ସହ ରେଳରୋକ କରାଯାଇଛି। ତେବେ ବାଲେଶ୍ବରରେ ବସ୍ ଚଳାଚଳ ବନ୍ଦ ରହିଛି। କିନ୍ତୁ କଟକ-ଭୁବନେଶ୍ବରରେ ବସ୍ ଚଳାଚଳ ଉପରେ ବନ୍ଦର ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ।

Related Posts