ଝାଡ଼ଖଣ୍ଡରେ ସୋରେନ୍ ସରକାର : ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ସୋରେନ

ଝାଡ଼ଖଣ୍ଡ : ଝାଡ଼ଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଜେଏମ୍ଏମ୍ ନେତା ହେମନ୍ତ ସୋରେନ ଶପଥ ଗ୍ରହଣ କରିଛନ୍ତି । ରାଞ୍ଚିର ମୋରାବାଡ଼ି ମଇଦାନରେ ଆୟୋଜିତ ସମାରୋହରେ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ ।

ଏହାସହ ଆଲମଗିରି ଆଲମ, ସତ୍ୟାନନ୍ଦ ଭୋଗତା ଓ ରାମେଶ୍ୱର ଓରାଁ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ବିଭାଗ ବଣ୍ଟନ ସଂପର୍କିତ ଚୂଡ଼ାନ୍ତ ତାଲିକା ରାଜଭବନ ପଠାଯିବା ପରେ ଅନ୍ୟ ମନ୍ତ୍ରୀମାନେ ଶପଥ ନେବେ । ତେବେ ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ଅଣ ଏନ୍‌ଡିଏ ଦଳଙ୍କ ଶକ୍ତି ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ୍, କଂଗ୍ରେସ ନେତା ରାହୁଲ ଗାନ୍ଧି ପ୍ରମୁଖ ଯୋଗଦେଇଥିଲେ ।

Related Posts