ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଜମ୍ମୁକଶ୍ମୀରରେ ହାଇ ଆଲର୍ଟ: ବାରମୂଲାରେ ୩ ଆତଙ୍କବାଦୀ ଓ ଜମ୍ମୁରେ ୨ ଜଣ ଆତଙ୍କବାଦୀ ନିହତ

ଶ୍ରୀନଗର : ଅପ୍ରେଲ ୨୪ରେ ଜମ୍ମୁକଶ୍ମୀର ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି | ଏନେଇ ଗସ୍ତ ପୂର୍ବରୁ ଜମ୍ମୁକଶ୍ମୀରରେ ହାଇ ଆଲର୍ଟ ଜାରି ହୋଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଅନେକ ସ୍ଥାନରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଜାରି ରଖିଛନ୍ତି । ଜମ୍ମୁକଶ୍ମୀର ବାରମୂଲା ୪୦ଘଣ୍ଟା ଧରି ଚାଲିଥିବା ଗୁଳିବିନିମୟରେ ୩ ଜଣ ଆତଙ୍କବାଦୀ ଏବଂ ଜମ୍ମୁରେ ୭ଘଣ୍ଟା ଧରି ଚାଲିଥିବା ଅପରେସନ୍‌ରେ ୨ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହାପରେ ଶ୍ରୀନଗର ବାହାରେ ଶ୍ରମିକମାନଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିବା ଜଣାପଡିଛି ।

ସୂଚନାଯୋଗ୍ୟ, ବାରମୁଲା ଜିଲ୍ଲା ପରିସୱାନି ଅଞ୍ଚଳରେ ଏନକାଉଣ୍ଟର ହୋଇଥିଲା । ଏହି ଅଞ୍ଚଳରେ ଆତଙ୍କବାଦୀ ଗତିବିଧି ନେଇ ସୁରକ୍ଷା ବାହିନୀର କର୍ମୀଙ୍କୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା । ସୁରକ୍ଷା ବାହିନୀ ସମୟ ନଷ୍ଟ ନ କରି ଘଟଣାସ୍ଥଳକୁ ପହଞ୍ଚିଥିଲେ ଏବଂ ଗୁଳି ମାରିଥିଲେ । କିନ୍ତୁ ଆତଙ୍କବାଦୀମାନେ ମଧ୍ୟ ଗୁଳିବିନିମୟ କରିଥିଲେ । ଆତଙ୍କବାଦୀଙ୍କ ଗୁଳିମାଡ଼ରେ ୩ ଜଣ ଯବାନ ଓ ଜଣେ ସ୍ଥାନୀୟ ସାଧାରଣ ନାଗରିକ ଆହତ ହୋଇଥିଲେ । ଆହତମାନଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସାମାନ୍ୟ ଆହତ ଯୋଗୁଁ ଶୀଘ୍ର ଡିସଚାର୍ଜ କରାଯାଇଥିଲା । କଶ୍ମୀର ଆଜି କହିଛନ୍ତି, ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଥିବା ସନ୍ଦେହ କରାଯାଉଛି । ତେଣୁ ଏନକାଉଣ୍ଟର ଜାରି ରହିଛି ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ୫ଟି ଏକ୍ସପ୍ରେସ୍ ଓ୍ବେର ଶିଳାନ୍ୟାସ କରିବା ସହ ବନିହାଲ-କାଜିଗୁଡ ଟନେଲର ଉଦଘାଟନ କରିବେ । ଅନୁଚ୍ଛେଦ ୩୭୦ ହଟାଯିବା ପରେ ନୂଆ ଜମ୍ମୁକଶ୍ମୀରରେ ଶିଳ୍ପ ବିକାଶର ନୂତନ ଯୁଗରେ ୩୮୦୮୨କୋଟି ଟଙ୍କାର ଗ୍ରାଉଣ୍ଡ ବ୍ରୋକିଙ୍ଗ ସେରିମନି ମଧ୍ୟ ଅନୁଷ୍ଠିତ ହେବ ।

ଜାମ୍ମୁ ଜୋନ୍ ଏଡିଜିପି ମୁକେଶ ସିଂ କହିଛନ୍ତି ଯେ, ଜମ୍ମୁ କଶ୍ମୀରର ସୁଞ୍ଜଓ୍ବାରେ ସୁରକ୍ଷା ବଳ ଦ୍ବାରା ନିହତ ପାକିସ୍ତାନ ସ୍ଥିତ ଜୈଶ୍-ଇ-ମହମ୍ମଦ (ଜେଏମ୍)ର ଦୁଇ ଆତଙ୍କବାଦୀ ବଡ ଆକ୍ରମଣର ଯୋଜନା ପ୍ରସ୍ତୁତ କରୁଥିଲେ । ଏଡିଜିପି ଏହା ମଧ୍ୟ କହିଛନ୍ତି ଯେ, ଗୁପ୍ତଚର ଏଜେନ୍ସି ଏବଂ ସୁରକ୍ଷା ବଳର ହସ୍ତକ୍ଷେପ ଏକ ବଡ ବିପଦକୁ ଏଡାଇବାରେ ସାହାଯ୍ୟ କରିଛନ୍ତି |

Related Posts