
ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାଂସଦ ନବନୀତ ରାଣାଙ୍କୁ Y ଶ୍ରେଣୀ ସୁରକ୍ଷା। କେନ୍ଦ୍ର ସରକାର ଦୁହିଁକୁ ଭିଆଇପି ସୁରକ୍ଷା ଦେବାକୁ ନିଷ୍ପତ୍ତି ନେଇଛନ୍ତି। ସାଂସଦ ରାଣା ଶନିବାର ମାତୋଶ୍ରୀ ବାହାରେ ଅନୁମାନ ଚାଳିଶାର ପାଠ କରିବା ନେଇ ଘୋଷଣା କରିବା ପରେ ଗୃହ ମନ୍ତ୍ରଣାଳୟ ଏହି ନିଷ୍ପତ୍ତି ନେଇଛନ୍ତି।ସାଂସଦ ନବନୀତ ରାଣା ମୁମ୍ୱାଇରେ ଶିବସେନା ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ଘର ମାତୋଶ୍ରୀ ବାହାରେ ହନୁମାନ ଚାଳିଶା ପାଠ କରିବା ନେଇ ଜିଦ ଧରିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ, ନବନୀତ କୌର ଅମରାବତୀରୁ ସାଂସଦ ଏବଂ ତାଙ୍କ ସ୍ୱାମୀ ରବି ରାଣା ବିଦର୍ଭର ବଡନେରାରୁ ନିର୍ଦଳୀୟ ବିଧାୟକ ଅଛନ୍ତି। ରବି ରାଣା ବୁଧବାର ଘୋଷଣା କରି କହିଥିଲେ, ସେ ଏପ୍ରିଲ ୨୩ରେ ମୁମ୍ୱାଇ ଯିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ଘର ବାହାରେ ହନୁମାନ ଚାଳିଶା ପାଠ କରିବେ । ବିଧାନସଭା ଏବଂ ଲୋକସଭା ଆସନରୁ ନିର୍ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଥିବା ରାଣା ଏବଂ ତାଙ୍କ ପତ୍ନୀ ନବନୀତଙ୍କୁ ବିଜେପିର ସମର୍ଥନ ରହିଛି ଏବଂ ଦୁହେଁ ବିଜେପିର ସମର୍ଥକ ରହିଛନ୍ତି।