କୋଭିଡରେ ଆଲହାବାଦ ହାଇକୋର୍ଟ ଜଜ୍‌ଙ୍କ ପରଲୋକ

high court

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଜଜ୍ ବିରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କର କୋଭିଡ -19 ରେ ବୁଧବାର ଦେହାନ୍ତ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 59 ବର୍ଷ ହୋଇଥିଲେ। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ସେ ଲକ୍ଷ୍ନୌର ସଞ୍ଜୟ ଗାନ୍ଧୀ ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ (SGPGI) ରେ ଚିକିତ୍ସିତ ହେଉଥିଲେ। ଆହ୍ଲାବାଦ ହାଇକୋର୍ଟ ରେଜିଷ୍ଟ୍ରର (ପ୍ରୋଟୋକଲ) ଆଶିଷ କୁମାର ଶ୍ରୀବାସ୍ତବ ସୂଚନା ଦେଇ କହିଛନ୍ତି ଯେ , ଜଷ୍ଟିସ ଶ୍ରୀବାସ୍ତବଙ୍କର ବୁଧବାର SGPGI ରେ ମୃତ୍ୟୁ ଘଟିଛି। ଜଷ୍ଟିସ ବିରେନ୍ଦ୍ର କୁମାର ଶ୍ରୀବାସ୍ତବଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆହ୍ଲାବାଦ ହାଇକୋର୍ଟ ଏବଂ ଲକ୍ଷ୍ନୌ ବେଞ୍ଚ ଗୁରୁବାର ଦିନ ବନ୍ଦ ରହିବ। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଜଷ୍ଟିସ ଶ୍ରୀବାସ୍ତବଙ୍କ ମୃତ୍ୟୁରେ ଦୁଃଖ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ ଭାରତରେ ବିଗତ ୨୪ ଘଣ୍ଟା ମଧ୍ୟରେ ୩୬୪୫ ଜଣଙ୍କର ମୃତ୍ୟୁ ହୋଇଛି। ଏହାକୁ ମିଶାଇ ମିଶାଇ ଦେଶରେ ମୋଟ୍ ମୃତ୍ୟୁ ସଂଖ୍ୟା ୨,୬୯,୫୦୭ ରେ ପହଞ୍ଚିଛି।

Related Posts