ହାଇକୋର୍ଟ ଗଲା ମମିତା ମେହେର ହତ୍ୟା ମାମଲା

କଟକ : ହାଇକୋର୍ଟରେ ପହଞ୍ଚିଛି ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲା। ଏହି ମାମଲାର ସିବିଆଇ ତଦନ୍ତ ଦାବି ନେଇ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ଦାୟର ହୋଇଛି। ଭାରତୀୟ ବିକାଶ ପରିଷଦ ପକ୍ଷରୁ ଦାୟର୍‌ ହୋଇଛି ଏହି ମାମଲା । ପୀଡ଼ିତାଙ୍କ ପରିବାରକୁ ୫୦ ଲକ୍ଷ କ୍ଷତିପୂରଣ ଓ ସିବିଆଇ ତଦନ୍ତ ଦାବି କରାଯାଇଛି । ମାମଲାରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପକ୍ଷଭୁକ୍ତ କରାଯାଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଉତ୍ତରାଞ୍ଚଳ ଡିଆଇଜି ଦୀପକ କୁମାର ଓ ବଲାଙ୍ଗୀର ଏସପି ପହଞ୍ଚିଛନ୍ତି । ଯେଉଁଠାରୁ ମୃତଦେହ ମିଳିଥିଲା ସେହି ସ୍ଥାନରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

Related Posts