ଟ୍ୱିନସିଟିରୁ ଆଜିଠୁ ହଟିବ ପାର୍ବଣ କଟକଣା

ଭୁବନେଶ୍ୱର: ଆଜିଠୁ ହଟୁଛି କଟକଣା । ଟ୍ୱିନସିଟିରେ ଲାଗିଥିବା ପାର୍ବଣ କଟକଣା ଆଜିଠୁ ହଟିବ । ଫଳରେ ରାତି ୮ଟାରୁ ଦୋକାନ ବଜାର ବନ୍ଦ ବଦଳରେ ପୁଣିଥରେ ୧୦ଟା ଯାଏଁ ଖୋଲା ରହିବ । ଗତ ୧୧ ତାରିଖରୁ ଏହି କଟକଣା ଲାଗୁ କରାଯାଇଥିଲା । ଆଜିଠାରୁ ଭୁବନେଶ୍ୱର ଏବଂ କଟକରେ ରାତି ୮ଟା ପରେ ବି ଦୋକାନ ବଜାର ଖୋଲା ରହିପାରିବ। ପ୍ରକାଶ ଯେ, ରାଜ୍ୟରେ କରୋନା ସଂକ୍ରମଣ ହାର ହ୍ରାସ ପାଇଥିଲେ ହେଁ ମହାମାରୀ ଭୟ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ। ପାର୍ବଣକୁ ନେଇ ବିଭିନ୍ନ ସ୍ଥାନରେ ଜନଗହଳୀ ହେବାର ସମ୍ଭାବନା ଥିବାରୁ ରାଜ୍ୟ ସରକାରଙ୍କ ପକ୍ଷରୁ କଟକଣାମାନ ଲଗାଯାଇଥିଲା।

Related Posts