ଆହତ ବାଳିକାଙ୍କ ଚିକିତ୍ସା କଲେ ପ୍ରିୟଙ୍କା, ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧିଙ୍କ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ଦେଖାଯାଇଛି ଯେ ପ୍ରିୟଙ୍କା ଦୁର୍ଘଟଣାରେ ଆହତ ଜଣେ ବାଳିକାଙ୍କ ଚିକିତ୍ସା କରୁଛନ୍ତି । ଖାଲି ସେତିକି ନୁହେଁ ଗଲାବେଳେ ବାଳିକାଙ୍କୁ ନିଜ ମୋବାଇଲ ନମ୍ବର ମଧ୍ୟ ଦେଇକରି ଯାଇଛନ୍ତି । ଏହି ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।

ସୂଚନା ଅନୁଯାୟୀ, ଆଗ୍ରା ପୋଲିସ ହେପାଜତରେ ଥିବା ଅରୁଣ ବାଲ୍ମୀକିଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପର୍କୀୟଙ୍କୁ ଭେଟିବା ପାଇଁ ପ୍ରିୟଙ୍କା ଗାନ୍ଧି ଆଗ୍ରା ଆସୁଥିଲେ । ଏହି ସମୟରେ ତାଙ୍କୁ ଖବର ହେଲା କି ୧୦୯୦ ଛକରେ ଜଣେ ବାଳିକାଙ୍କ ଦୁର୍ଘଟଣା ହୋଇଯାଇଛି । ଏହା ଜାଣିବା ପରେ ସେ ତତ୍‌କ୍ଷଣାତ୍‌ ସେ ନିଜ ଗାଡ଼ିକୁ ସେଠାରେ ଅଟକାଇଥିଲେ ।

ଗାଡ଼ିରେ ଥିବା ଫାଷ୍ଟଏଡ୍‌ ବକ୍ସରୁ ମେଡିସିନ ଆଣି ନିଜ ହାତରେ ବାଳିକାଙ୍କର ଘା’ ସଫା କରି ତା’ର ପଟି କରିଥିଲେ । ପରେ ଉକ୍ତ ବାଳିକାଙ୍କକୁ ମଧ୍ୟ ମେଡିକାଲ ପଠାଇବା ବ୍ୟବସ୍ଥା କରିଥିଲେ ।ଖାଲି ସେତିକି ନୁହେଁ ଗଲା ବେଳେ ବାଳିକାଙ୍କକୁ ନିଜର ମୋବାଇଲ ନମ୍ବର ମଧ୍ୟ ଦେଇଥିଲେ । ଏହାପରେ ପ୍ରିୟଙ୍କା ଅରୁଣ ବାଲ୍ମୀକିଙ୍କ ପରିବାରକୁ ଭେଟିବା ପାଇଁ ଆଗ୍ରା ବାହାରୁଥିବା ବେଳେ ଆଗ୍ରା ଟୋଲ ଠାରେ ତାଙ୍କୁ ପୋଲିସ ଅଟକାଇଥିଲା । ହେଲେ ପରେ ପ୍ରିୟଙ୍କାଙ୍କୁ ଆଗ୍ରା ଯିବା ପାଇଁ ଛାଡିଦିଆଯାଇଥିଲା ।
ପ୍ରକାଶଯୋଗ୍ୟ ଯେ ପୋଲିସ ହେପାଜତରେ ଥିବା ସଫାଇ କର୍ମଚାରୀଙ୍କ ମୃତ୍ୟୁ ମାମଲାରେ ଆଗ୍ରା ପୋଲିସ ୫ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରିଛି ।

Related Posts