ବହୁଚର୍ଚ୍ଚିତ ୨୦୧୯ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ଫେକ୍ ଥିଲା ଏନକାଉଣ୍ଟର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ୨୦୧୯ର ଚର୍ଚ୍ଚିତ ହାଇଦ୍ରାବାଦ ଦିଶା ଗଣଦୁଷ୍କର୍ମ ଓ ହତ୍ୟା ଘଟଣା କୁ ସୁପ୍ରିକୋର୍ଟଙ୍କ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟଙ୍କ ଦ୍ବାରା ଗଠିତ ଆୟୋଗ ଏହି ଏନକାଉଣ୍ଟରକୁ ନକଲି ବୋଲି କହିଛନ୍ତି । ଏଥିପାଇଁ ଆୟୋଗ କିଛି ପୋଲିସ କର୍ମଚାରୀଙ୍କୁ ଦାୟୀ କରିଛନ୍ତି ।

ସିର୍‌ପୁରକର କମିସନ୍‌ ରିପୋର୍ଟରେ ସ୍ପଷ୍ଟ ଭାବେ ଲେଖାଯାଇଛି କି ‘ଅଭିଯୁକ୍ତମାନଙ୍କୁ ହତ୍ୟା ଉଦ୍ଦେଶ୍ୟରେ ହିଁ ଗୁଳିଚାଳନ କରାଯାଇଥିଲା। ସେମାନଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜାଣିଜାଣି ଏନ୍‌କାଉଣ୍ଟର୍‌ କରି ମରାଯାଇଛି।’ ଏହି ରିପୋର୍ଟକୁ ଭିତ୍ତି କରି ସର୍ବୋଚ୍ଚ ନ୍ୟାୟାଳୟ ତେଲେଙ୍ଗାନା ହାଇକୋର୍ଟଙ୍କୁ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ରିପୋର୍ଟକୁ ସାର୍ବଜନୀନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ୧୦ ପୋଲିସ କର୍ମୀଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ସୂଚନା ରହିଛି ।

ସିରପୁରକର କମିଶନ 387 ପେଜର ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲେ ।

ଉଲ୍ଳେଖଯୋଗ୍ୟ, ୨୦୧୯ ମସିହା ନଭେମ୍ବର ୨୭ ତାରିଖ ଦିନ ୨୬ ବର୍ଷୀୟା ପ୍ରାଣୀ ଡାକ୍ତରଙ୍କୁ ଅଭିଯୁକ୍ତ ମହମ୍ମଦ ଆରିଫ୍‌, ନବୀନ, ଶିବା ଏବଂ ଚେନ୍ନାକେଶବୁଲ ଅପହରଣ କରି ବଳପୂର୍ବକ ମଦ୍ୟପାନ କରାଇଥିଲେ ଏବଂ ଦୁଷ୍କର୍ମ ପରେ ହତ୍ୟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ସେମାନେ ଏକ ଫ୍ଲାଏଓଭର୍‌ ତଳେ ପୀଡ଼ିତାଙ୍କୁ ପେଟ୍ରୋଲ ପକାଇ ଜାଳି ଦେଇଥିଲେ। ନଭେମ୍ବର ୨୯ ତାରିଖରେ ଗିରଫ ହୋଇଥିବା ଏହି ୪ ଅଭିଯୁକ୍ତଙ୍କୁ ପୁଲିସ ରିମାଣ୍ଡରେ ରଖି ପଚରାଉଚରା କରୁଥିଲା। ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ଦେଶବାସୀଙ୍କ ନଜର କେନ୍ଦ୍ରୀଭୂତ ହୋଇଥିବା ବେଳେ ୪ ଅଭିଯୁକ୍ତଙ୍କୁ ଫାଶୀ ଦେବାକୁ ପ୍ରବଳ ଦାବି ହେଉଥିଲା। ମାତ୍ର ଡିସେମ୍ବର ୭ ତାରିଖରେ ପୂର୍ବ ଯୋଜନା ମୁତାବକ ସେମାନଙ୍କୁ ପ୍ରାଣୀ ଡାକ୍ତରଙ୍କ ଶବ ମିଳିଥିବା ଫ୍ଲାଏଓଭର୍‌ ତଳକୁ ନିଆଯାଇଥିଲା। ସେମାନେ ପୁଲିସ ହେଫାଜତରୁ ପଳାୟନ କରିବାରୁ ପୁଲିସ୍‌ ଏନ୍‌କାଉଣ୍ଟର କରିଥିଲା ଓ ୪ ଜଣଙ୍କ ଜୀବନ ଯାଇଥିଲା।

ତେବେ ପୁଲିସ ସଫେଇ ଦେଇ କହିଥିଲା ଯେ ଅଭିଯୁକ୍ତମାନେ ପୁଲିସଠାରୁ ବନ୍ଧୁକ ଛଡ଼ାଇ ଫେରାର୍‌ ହେବାକୁ ଉଦ୍ୟମ କରିଥିଲେ। ଏପରିକି ସେମାନେ ପୁଲିସ ବାହିନୀ ଉପରକୁ ମଧ୍ୟ ଗୁଳି ଚଳାଇଥିଲେ। ଫଳରେ ଦୁଇ ଜଣ ପୁଲିସ କର୍ମୀ ଆହତ ହୋଇଥିଲେ। ଜବାବରେ ପୁଲିସର ପାଲଟା କାର୍ଯ୍ୟାନୁଷ୍ଠାନରେ ସମସ୍ତ ୪ ଅଭିଯୁକ୍ତ ଘଟଣାସ୍ଥଳରେ ହିଁ ନିହତ ହୋଇଥିଲେ।

Related Posts