ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ହିଜାବକୁ ନେଇ କର୍ଣ୍ଣାଟକ ହାଇକୋର୍ଟ ରାୟ ଶୁଣାଇଛନ୍ତି । କିଛି ଲୋକ ଏହା ସମକ୍ଷରେ ବାହାରୁଥିବାବେଳେ ଆଉ କିଛି ଏହାକୁ ବିରୋଧ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ହିଜାବକୁ ନେଇ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ହିଜାବ ବିବାଦକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରି ହିଜାବକୁ ରାଜନୀତି କରୁଥିବା ଅଭିଯୋଗ କରିଛନ୍ତି। ତେଲେଙ୍ଗାନା ବିଧାନସଭାରେ ବଜେଟ୍ ବିଷୟରେ ଆଲୋଚନା ବେଳେ ଚନ୍ଦ୍ରଶେଖର ରାଓ କହିଛନ୍ତି ଯେ ସାମ୍ପ୍ରଦାୟିକ ବିଭେଦ ସୃଷ୍ଟି କରିବାକୁ ବିଜେପି କୌଣସି ସୁଯୋଗ ଛାଡିନାହିଁ। ସେ ବିଧାନସଭାରେ ପଚାରିଥିଲେ “କିଏ ପିନ୍ଧନ୍ତି ସରକାରଙ୍କ ସହ ସରକାରଙ୍କର କଣ ସମ୍ପର୍କ ଅଛି? ହିଜାବକୁ ନେଇ ବିବାଦ କାହିଁକି? ଆପଣ ହିଜାବରେ ରାଜନୀତି କରି ପରିବେଶକୁ କାହିଁକି ନଷ୍ଟ କରୁଛନ୍ତି? ବୋଲି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସି ରାଓ କହିଛନ୍ତି । ସେପଟେ ଗତ ବର୍ଷ ଡିସେମ୍ବରରୁ କର୍ଣ୍ଣାଟକରେ ଏହି ପ୍ରସଙ୍ଗ ଉଗ୍ର ରୂପ ଧାରଣ କରିଥିଲା ।
କର୍ଣ୍ଣାଟକ ହାଇକୋର୍ଟ ଶିକ୍ଷାନୁଷ୍ଠାନରେ ହିଜାବ ଉପରେ ନିଷେଧାଦେଶ ଜାରି କରି କହିଛନ୍ତି ଯେ ଇସଲାମରେ ହିଜାବ ଏକ ଆବଶ୍ୟକୀୟ ଅଙ୍ଗ ନୁହେଁ। ହାଇକୋର୍ଟରେ ଏହି ପ୍ରତିବନ୍ଧକକୁ ଚ୍ୟାଲେଞ୍ଜ କରିଥିବା ଛାତ୍ରମାନେ ଯୁକ୍ତି ବାଢ଼ିଛନ୍ତି ଯେ ଏକ ଆବଶ୍ୟକୀୟ ଅଭ୍ୟାସ ଭାବରେ ହିଜାବକୁ ସମ୍ବିଧାନର ଧାରା ୨୫ ଅନୁଯାୟୀ ସୁରକ୍ଷିତ କରାଯାଇଛି। ହେଡ ସ୍କାର୍ଫ ଉପରେ ପ୍ରତିବନ୍ଧକ ଲଗାଇବାକୁ ସରକାରଙ୍କ ନିଷ୍ପତ୍ତିକୁ ଅଗ୍ରାହ୍ୟ କରି ବିଚାରପତିମାନେ କହିଛନ୍ତି ଯେ ମୁସଲମାନ ମହିଳାମାନଙ୍କ ଦ୍ୱାରା ହିଜାବ ପିନ୍ଧିବା ଇସଲାମ ଧର୍ମରେ ଆବଶ୍ୟକ ଧାର୍ମିକ ପ୍ରଥା ନୁହେଁ। ସେପଟେ ୨୦୧୪ ରେ ରାଜ୍ୟ ଆରମ୍ଭରୁ ରାଓ ତେଲେଙ୍ଗାନା ଉପରେ ଶାସନ କରୁଛନ୍ତି। ଏଥିସହ ସେ ଡବଲ ଇଞ୍ଜିନ ଅଭିବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ବର୍ତ୍ତମାନ ତାଙ୍କର ବୟାନ ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।
