ତେଲେଙ୍ଗାନାର ସମସ୍ତ ମସଜିଦକୁ ଆମେ ଖୋଳିବୁ; ଶିବଲିଙ୍ଗ ମିଳିଲେ ଆମର ଆଉ ମୃତ ଦେହ ମିଳିଲେ ତାଙ୍କର: ତେଲେଙ୍ଗାନା ବିଜେପି ସଭାପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଜ୍ଞାନବ୍ୟାପୀ ମସିଜଦରେ ଶିବଲିଙ୍ଗ ମିଳିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏହା ମଧ୍ୟରେ ତେଲେଙ୍ଗାନା ବିଜେପି ସଭାପତି ବାନ୍ଦି ସଞ୍ଜୟ କୁମାର ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱାଇସିଙ୍କ ଉପରେ ଆକ୍ରମଣ କରି ତେଲେଙ୍ଗାନାର ସମସ୍ତ ମସଜିଦ ଖନନ କରିବାକୁ ଚ୍ୟାଲେଞ୍ଜ କରିଥିବାର ଦେଖିବାକୁ ମିଳିଛି । ଯଦି ଶିବଲିଙ୍ଗ ମିଳୁଛି ତେବେ ମୁସଲମାନମାନଙ୍କୁ ମସଜିଦକୁ ହିନ୍ଦୁମାନଙ୍କୁ ହସ୍ତାନ୍ତର କରିବାକୁ ପଡିବ ଏବଂ ଯଦି ମୃତଦେହ ମିଳିବ ତେବେ ମୁସଲମାନମାନେ ଏହାକୁ ନେଇ ପାରିବେ ବୋଲି ବିଜେପି ନେତା କହିଛନ୍ତି। ଯଦି ମୃତ ଦେହ ଉଦ୍ଧାର କରାଯାଏ, ତେବେ ମୁସଲମାନମାନେ ଏହାକୁ ଦାବି କରିପାରିବେ । ଏବଂ ଯଦି ଶିବଲିଙ୍ଗ ମିଳୁଛି ତାହାଲେ ଏହାକୁ ଆମକୁ ଦିଅନ୍ତୁ ି । ମୁଁ ଓୱାଇସିଙ୍କୁ ଚ୍ୟାଲେଞ୍ଜ କରୁଛି ଯେ ଆମେ ଏନେଇ ରାଜ୍ୟରେ ସମସ୍ତ ମସଜିଦ ଖୋଳିବୁ ବୋଲି କହିଛନ୍ତି । କେବଳ ଏତିକି ନୁହେଁ ବରଂ ତେଲେଙ୍ଗାନାରେ ଯଦି ବିଜେପି କ୍ଷମତାକୁ ଆସେ ତେବେ ସଂଖ୍ୟାଲଘୁ ସଂରକ୍ଷଣକୁ ରଦ୍ଦ କରାଯିବ ଏବଂ ଉର୍ଦ୍ଦୁ ଭାଷା ଉପରେ ପ୍ରତିବନ୍ଧକ ଲଗାଯିବ ବୋଲି ସଞ୍ଜୟ କୁମାର କହିଛନ୍ତି ।

ଏହା ସହ ତେଲେଙ୍ଗାନାରେ ବିଜେପି ସରକାର ଲଭ ଜିହାଦକୁ ବନ୍ଦ କରିବ । ସେପଟେ କରିମନଗରରେ ହିନ୍ଦୁ ଏକତା ଯାତ୍ରାକୁ ସମ୍ବୋଧିତ କରି ସଞ୍ଜୟ ରାଉତ ଏପରି କହିଥିବାର ଦେଖିବାକୁ ମିଳିଛି । ସେ ଆହୁରି ମଧ୍ୟ କହିଛନ୍ତି, “ଯଦି ମୋର ଭଉଣୀମାନେ ‘ପ୍ରେମ ଜିହାଦ୍’ ନାମରେ ଫସି ରହିଛନ୍ତି ଏବଂ ତାଙ୍କ ସହ ପ୍ରତାରଣା ହେଉଛି ତାହାଲେ ଆମେ ଚୁପ୍ ରହିବା କି? ଯଦି ଗରିବ ଲୋକମାନଙ୍କର ଧର୍ମ ପରିବର୍ତ୍ତନ କରାଯାଏ ତାହାଲେ ହିନ୍ଦୁ ସମାଜ ବରଦାସ୍ତ କରିବ ନାହିଁ। ଧାର୍ମିକ ପରିବର୍ତ୍ତନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆମେ କଠୋର କାର‌୍ୟ୍ୟ କରିବୁ। ଯଦି ରାମ ରାଜ୍ୟ ଆସେ, ତେବେ ଆମେ ଉର୍ଦ୍ଦୁ ଭାଷାକୁ ସମ୍ପୂର୍ଣ୍ଣରୂପେ ନିଷିଦ୍ଧ କରିବୁ। ଯେଉଁ ଦେଶରେ ବୋମା ବିସ୍ଫୋରଣ ଘଟିବ ସେହି ଦେଶରେ ମଦ୍ରାସା ଆତଙ୍କବାଦୀଙ୍କ ତାଲିମ କେନ୍ଦ୍ର ପାଲଟିଛି । ଆମେ ସେମାନଙ୍କୁ ଚିହ୍ନଟ କରିବା ଉଚିତ” ବୋଲି ବିଜେପି ନେତା କହିଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts