ହିଜାବ ବିବାଦ; ସାମ୍ନାକୁ ଆସି ସମ୍ପୂର୍ଣ୍ଣ ଘଟଣା କହିଲେ ଭାଇରାଲ ମୁସଲମାନ ଝିଅ; ଯିଏ କି ଜୟ ଶ୍ରୀରାମ କହୁଥିବା ପୁଅମାନଙ୍କୁ ଆଲ୍ଲାହୁ ଆକବର କହି ଉତ୍ତର ଦେଇଥିଲେ

କର୍ଣ୍ଣାଟକ(ସତ୍ୟପାଠ ବ୍ୟୁରୋ): କର୍ଣ୍ଣାଟକରେ ହିଜାବ ପିନ୍ଧିବାକୁ ନେଇ ଉପୁଜିଥିବା ବିବାଦ ଥମିବାରେ ନାଁ ନେଉନି । ଏନେଇ ସାରା ଦେଶରେ ଚର୍ଚ୍ଚା ମଧ୍ୟ ଜୋର ଧରିବାରେ ଲାଗିଛି । ଏପରିକି ଏହା ଏକ ବଡ଼ ରାଜନୈତିକ ମୁଦ୍ଦା ହେବାରେ ଲାଗିଛି । ସେପଟେ କର୍ଣ୍ଣାଟକରେ ହିଜାବ ବିବାଦ ମଧ୍ୟରେ ଜଣେ ଝିଅର ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଝିଅଟିକୁ ଅନେକ ପୁଅ ଘେରି ଜୟ ଶ୍ରୀରାମର ନାରା ଦେଉଥିବାର ଦେଖିବାକୁ ମିଳିଛି । ହେଲେ ଝିଅଟି ତାଙ୍କ କଥାକୁ ନ ଶୁଣି ଅତି ନିର୍ଭୟରେ ଆଲ୍ଲା ହୁ ଆକବର କହିବାରେ ଲାଗିଛି । ଏ ଭିଡିଓ ସାମ୍ନାକୁ ଆସିବା ପରେ ବର୍ତ୍ତମାନ ସାରା ଦେଶର ନଜର ଏହି ପ୍ରସଙ୍ଗ ଉପରେ ରହିଛି । ଏହା ମଧ୍ୟରେ ଏହି ଭିଡିଓରେ ଭାଇରାଲ ହୋଇଥିବା ଝିଅଟି ଏହାର ସମ୍ପୂର୍ଣ୍ଣ କାହାଣୀ କହିଥିବାର ସୂଚନା ମିଳିଛି । ତେବେ ମୁଁ କଲେଜ ଆସାଇନମେଣ୍ଟ ପାଇଁ ଆସିଥିଲି । ମୁଁ ବୁର୍ଖା ପିନ୍ଧିଥିବାରୁ ସେମାନେ ମୋତେ ଭିତରକୁ ଯିବାକୁ ଦେଉନଥିଲେ । ସେମାନେ କହିଥିଲେ ଯେ ପ୍ରଥମେ ବୁର୍ଖା ବାହାର କର ତା’ପରେ ଭିତରକୁ ଯାଅ ।

ମୁଁ ଯେତେବେଳେ ସେଠାକୁ ଗଲି, ବାଳକମାନେ ମୋତେ ଘେରି ରହି ଜୟ ଶ୍ରୀ ରାମଙ୍କ ସ୍ଲୋଗାନ ଦେବା ଆରମ୍ଭ କଲେ, ଏହାର ଉତ୍ତରରେ ମୁଁ ମଧ୍ୟ ଆଲ୍ଲାହା ଆକବରଙ୍କ ସ୍ଲୋଗାନ ଉଠାଇଲି । ମୋର ଶିକ୍ଷକ ଏବଂ ପ୍ରିନ୍ସିପାଲ ମୋତେ ସମର୍ଥନ କରିଥିଲେ, ସେମାନେ ମୋତେ ଏହି ଭିଡ଼ରୁ ରକ୍ଷା କରିଥିଲେ ବୋଲି ଛାତ୍ରୀ ଜଣକ କହିଛନ୍ତି । କେବଳ ଏତିକି ନୁହେଁ ବରଂ ଯେତେବେଳେ ତାଙ୍କୁ ଘେରି ରହିଥିଲେ ସେଥିରେ ଅନେକ କଲେଜ ଛାତ୍ର ଥିଲେ । କିନ୍ତୁ ଏପରି ବହୁତ ଲୋକ ଥିଲେ ଯେଉଁମାନେ ବାହାରୁ ଆସିଥିଲେ । ଏହି ବାଳକମାନେ କହୁଥିଲେ ଯେପର୍ଯ୍ୟନ୍ତ ଆମେ ବୁର୍ଖା ଅପସାରଣ କରିବୁ ନାହିଁ, ସେପର୍ଯ୍ୟନ୍ତ ଆମେ ଭଗବା ଗାମୁଛା ପରିଧାନ କରିବୁ ।

ସେପଟେ ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି । ଏନେଇ ଆସାଦୁଦ୍ଦିନ ଓୱାଇସି ମଧ୍ୟ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି । ତେବେ ମୁଁ ଝିଅର ପିତାମାତାଙ୍କୁ ନମସ୍କାର କରୁଛି। ଏହି ଝିଅଟି ଏକ ଉଦାହରଣ ସୃଷ୍ଟି କରିଛି ଜ୍ଝ ଭିକ ମାଗିବା କିମ୍ବା କାନ୍ଦିବା ଦ୍ୱାରା ତୁମେ କିଛି ପାଇବ ନାହିଁ ବୋଲି ସେହି ଝିଅଟି ଅନେକ ଦୁର୍ବଳ ଲୋକଙ୍କୁ ବାର୍ତ୍ତା ଦେଇଛି । ଝିଅଟି ଯାହା କଲା ତାହା ଏକ ସାହସର କାର‌୍ୟ୍ୟ ଥିଲା ବୋଲି ଓୱାଇସି କହିଛନ୍ତି ।

Related Posts