ନୂଆଦିଲ୍ଲୀ : ହିମାଚ​ଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ଭାରତର ନିର୍ବାଚନ କମିସନ ଏନେଇ ତାରିଖ ଘୋଷଣା କରିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭାର ୬୮ଟି ଆସନ ପାଇଁ ନଭେମ୍ବର ୧୨ରେ ଭୋଟ ଗ୍ରହଣ ହେବ ଓ ଡିସେମ୍ବର ୮ରେ ଗଣତି ହେବ ।

ଅକ୍ଟୋବର ୧୭ରୁ ଅକ୍ଟୋବର ୨୫ ମଧ୍ୟରେ ମନୋନୟନ ପତ୍ର ଦାଖଲ କରିହେବ ।

ତେବେ ନିର୍ବାଚନ କମିସନ ଆଜି ଗୁଜୁରାଟ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରି ନାହାନ୍ତି ।