ସତ୍ୟପାଠ ବ୍ୟୁରୋ :12/05/2026: ଆଜି ଆସାମର ନୂତନ ମୁଖ୍ୟମନ୍ତ୍ରୀ ଭାବେ ହିମନ୍ତ ବିଶ୍ୱ ଶର୍ମା ଶପଥ ଗ୍ରହଣ କରିବେ। ଗୁୱାହାଟିରେ ହେବାକୁ ଥିବା ଏହି ଭବ୍ୟ ଶପଥ ଗ୍ରହଣ ଉତ୍ସବ ପାଇଁ ସମଗ୍ର ରାଜ୍ୟରେ ଉତ୍ସାହର ପରିବେଶ ଦେଖାଦେଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଓଡ଼ିଶା ମୁଖ୍ୟମନ୍ତ୍ରୀ ଏବଂ ଏନଡିଏ ଶାସିତ ଅନ୍ୟାନ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଗୁୱାହାଟିରେ ପହଞ୍ଚିଛନ୍ତି।
ବିଜେପି ପକ୍ଷରୁ ଏହି ଶପଥ ଗ୍ରହଣ ଉତ୍ସବକୁ ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ଦଳର ଶୀର୍ଷ ନେତୃତ୍ୱ ଏବଂ ଏନଡିଏ ସହଯୋଗୀ ଦଳର ନେତାମାନଙ୍କ ଉପସ୍ଥିତି ଅସମର ରାଜନୀତିକୁ ଆହୁରି ଗୁରୁତ୍ୱ ଦେଇଛି। ଗୁୱାହାଟି ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ସହ ବିଭିନ୍ନ ସ୍ଥାନରେ ସ୍ୱାଗତ ବ୍ୟାନର ଓ ପୋଷ୍ଟର ଲଗାଯାଇଛି।
ହିମନ୍ତ ବିଶ୍ୱ ଶର୍ମାଙ୍କୁ ଉତ୍ତର ପୂର୍ବ ଭାରତରେ ବିଜେପିର ଏକ ପ୍ରମୁଖ ରଣନୀତିକାର ଭାବେ ଦେଖାଯାଏ। ତାଙ୍କ ନେତୃତ୍ୱରେ ଅସମରେ ବିଜେପି ଆହୁରି ସୁଦୃଢ଼ ହେବ ବୋଲି ଦଳ ଆଶା ପ୍ରକାଶ କରିଛି। ଶପଥ ଗ୍ରହଣ ଉତ୍ସବରେ ହଜାର ହଜାର କର୍ମୀ ଏବଂ ସମର୍ଥକ ଯୋଗଦେବାର ସମ୍ଭାବନା ରହିଛି।
