ହୋଲିରେ ଅଘଟଣ : ବଳିଥିବା ବଳକା ବାଣକୁ ଫୁଟାଇବା ବେଳେ ହାତରେ ଫୁଟିଗଲା ବାଣ, ନାବାଳକ ଗୁରୁତର

କେନ୍ଦୁଝର: ଆଜି ସମଗ୍ର ରାଜ୍ୟରେ ହୋଲି ଉତ୍ସବ ବହୁ ଧୁମ୍ ଧାମରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ତୋଣ୍ଡ ଗ୍ରାମର ଉପର ସାହିରେ ଘଟିଛି ଅଘଟଣ । ହୋଲିରେ ବଳିଥିବା ବଳକା ବାଣକୁ ୧୨ ବର୍ଷର ନାବାଳକ ସାଙ୍ଗ ମାନଙ୍କ ସହ ମିଶି ଫୁଟାଉ ଥିବା ସମୟରେ ଅଘଟଣ ଘଟିଛି । ବାଣ ଟି ନାବାଳକର ହାତରେ ଫୁଟି ଯିବାରୁ ଗୁରୁତର ହୋଇ ପ୍ରଥମେ ପାଟଣା ଓ ପରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଗୁରୁତର ନାବାଳକ ହେଲେ ଗ୍ରାମର ଗୋବିନ୍ଦ ଗିରିଙ୍କ ପୁଅ ତପନ ଗିରି ।

ସୂଚନା ଅନୁସାରେ ଆଜି ହୋଲି ଖେଳି ସାରି ସାଙ୍ଗମାନଙ୍କ ସହ ମିଶି ତପନ ବାଣ ଫୁଟାଉଥିବା ବେଳେ ବାଣଟି ହଠାତ ହାତରେ ଫୁଟି ଯାଇଥିଲା । ଫଳରେ ତପନଙ୍କ ଦୁଇ ଗୋଡ଼, ଦୁଇ ହାତ ଓ ମୁହଁରେ ଗଭୀର ଆଘାତ ହୋଇଛି । ତାଂକୁ ସଙ୍ଗେ ସଙ୍ଗେ ପାଟଣା ହସ୍ପିଟାଲ ରେ ଭର୍ତି କରାଯାଇଥିଲା। ମାତ୍ର ସେଠାରେ ତାଙ୍କ ସ୍ବାସ୍ଥ୍ୟ ବସ୍ତା ଅଧିକ ଖରାପ ହେବାରୁ ତାକୁ ପରେ ଜିଲ୍ଲା ମୁଖ୍ୟ ଚକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଏବେ ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି ।

Related Posts