![](https://www.satyapatha.com/wp-content/uploads/2022/03/modijapanpm1200_1--716x403.webp)
ଭାରତ ଗସ୍ତରେ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା । ଏହି ଅବସରରେ ଶନିବାର ୧୪ତମ ଭାରତ-ଜାପାନ ଶିଖର ସମ୍ମିଳନୀରେ ସାମିଲ ହୋଇଥିଲେ ଦୁଇ ଦେଶର ପ୍ରଧାନମନ୍ତ୍ରୀ । ସମ୍ମିଳନୀ ପରେ ଦୁଇ ନେତା ଭାରତ-ଜାପାନ ଆର୍ଥିକ ମଞ୍ଚକୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ପ୍ରଗତି, ସମୃଦ୍ଧି ଏବଂ ସହଭାଗୀତା ଭାରତ ଏଭଂ ଜାପାନ ସମ୍ପର୍କର ଆଧାର ଅଟେ । ଭାରତରେ ଜାପାନର କମ୍ପାନୀ ଗୁଡିକୁ ଯଥାସମ୍ଭବ ସହାୟତା ପ୍ରଦାନ କରିବା ପାଇଁ ଆମେ ପ୍ରତିବଦ୍ଧ ବୋଲି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ।ଭାରତ ଏବଂ ଜାପାନ ଏକ ସୁରକ୍ଷିତ ଏବଂ ସ୍ଥିର ଉର୍ଜା ଯୋଗାଣର ଗୁରୁତ୍ୱକୁ ବୁଝୁଛନ୍ତି । ସ୍ଥାୟୀ ଅର୍ଥନୈତିକ ବିକାଶ ଏବଂ ଜଳବାୟୁ ପରିବର୍ତ୍ତନର ମୁକାବିଲା କରିବାରେ ଏହା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ।
ଏଥିସହ ଏକ ବଡ଼ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଆସନ୍ତା ୫ ବର୍ଷରେ ଜାପାନ ଭାରତରେ ୩.୨ ଲକ୍ଷ କୋଟି ଟଙ୍କା ନିବେଶ କରିବ।
ଏହାସହ ୟୁକ୍ରେନ ଉପରେ ରୁଷର ଆକ୍ରମଣ ପ୍ରସଙ୍ଗରେ ଦୁଇ ରାଷ୍ଟ୍ରନେତା ଆଲୋଚନା କରିଥିଲେ। ସେହିପରି ଏକ ମୁକ୍ତ ଏବଂ ଅବାଧ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର ପାଇଁ ପ୍ରୟାସ ବୃଦ୍ଧି କରିବାର ଆବଶ୍ୟକତା ଉପରେ ମଧ୍ୟ ଦୁଇ ରାଷ୍ଟ୍ରମୁଖ୍ୟ ଆଲୋଚନା କରିଥିଲେ।