ଦକ୍ଷିଣ କୋରିଆରେ କରୋନା ସ୍ଥିତି ସଂଘିନ: ଦିନକରେ ୬ ଲକ୍ଷରୁ ଅଧିକ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ

ଦକ୍ଷିଣ କୋରିଆରେ ଏବେ ବଢ଼ୁଥିବା କରୋନା ସଂକ୍ରମଣ କୁ ନେଇ ଚିନ୍ତା ପ୍ରକାଶ ପାଇଛି। ଦ୍ରୁତ ଗତିରେ ବୃଦ୍ଧି ପାଇଛି ସଂକ୍ରମଣ । ଦିନକରେ ୬ ଲକ୍ଷରୁ ଅଧିକ ଓମିକ୍ରନ ଭୂତାଣୁ ସଂକ୍ରମିତ ଚିହ୍ନଟ । ଆକ୍ରାନ୍ତମାନେ ଓମିକ୍ରନର ବିଏ ୨ ପ୍ରଜାତି ଦ୍ୱାରା ସଂକ୍ରମିତ ହୋଇଥିବା ଜଣାପଡ଼ିଛି ।

ଅନ୍ୟପଟେ ଇଂଲଣ୍ଡ ଓ ୟୁରୋପୀୟ ଦେଶଗୁଡିକରେ ମଧ୍ୟ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ବିଭିନ୍ନ ଦେଶରେ ସଂକ୍ରମଣ ବୃଦ୍ଧି ପାଇବା ପରେ ଭାରତରେ ଚତୁର୍ଥ ଲହର ଆସିବା ଆଶଙ୍କା ସୃଷ୍ଟି ହୋଇଛି । ଡାକ୍ତର ସୁବାଶ ସାଲୁଙ୍ଖେ କହିଛନ୍ତି, ବିଶ୍ୱର ଅନ୍ୟ ଦେଶ ଭଳି ଭାରତରେ ମଧ୍ୟ ଚତୁର୍ଥ ଲହର ଆସିବ ।

କିନ୍ତୁ ଏହା କେବେ ଆସିବ ଏବଂ କେତେ ଏହାର ପ୍ରଭାବ ପଡ଼ିବ ସେ ସମ୍ପର୍କରେ ଏବେ କହିହେବ ନାହିଁ । ବିଶ୍ୱରେ ଓମିକ୍ରନର ୫୦ରୁ ଅଧିକ ପ୍ରଜାତିର ବିକାଶ ହୋଇସାରିଲାଣି । ପ୍ରଥମେ ଏହି ଭୂତାଣୁ ୨୦୨୧ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ଦେଖିବାକୁ ମିଳିଥିଲା । ଡିସେମ୍ବର ୨୦୨୧ରୁ ଫେବୃଆରୀ ୨୦୨୨ ଯାଏ ଭାରତରେ କରୋନା ସଂକ୍ରମଣ ହାର ସବୁଠୁ ଅଧିକ ଥିଲା ।

Related Posts