‘ପାହାଡ଼ର ବିଶୁଦ୍ଧ ବାୟୁ’ର ଆରମ୍ଭ ହେଲା ହୋମ୍‌ ଡେଲିଭରୀ, ଜାଣନ୍ତୁ କ’ଣ ରହିଛି ମୂଲ୍ୟ

ଅଷ୍ଟ୍ରେଲିଆର ଏକ କମ୍ପାନୀ ଦିଲ୍ଲୀରେ ଅନ୍‌ଲାଇନ୍‌ରେ ବିକ୍ରି କରୁଛି ବିଶୁଦ୍ଧ ବାୟୁ

ଦିଲ୍ଲୀ ସମେତ ଦେଶର ଅନେକ ସହର ଏବେ ଭୟଙ୍କର ପ୍ରଦୂଷଣ ସହ ଲଢୁଛି । ସେପଟେ କିଛି କମ୍ପାନୀ ‘ଫ୍ରେଶ୍‌ ଏୟାର ବୋତଲ’ ବା ବିଶୁଦ୍ଧ ବାୟୁ ବୋଲତ ବିକ୍ରି କରିବା ଆରମ୍ଭ କରିଦେଇଛନ୍ତି । କମ୍ପାନୀ ଗୁଡ଼ିକରେ ବୋତଲରେ ବନ୍ଦ ହୋଇଥିବା ବାୟୁକୁ ପାହାଡ଼ରୁ ଅଣାଯାଇଥିବା ବାୟୁ ବୋଲି କହୁଛନ୍ତି । Auzair ନାମକ ଏକ ଅଷ୍ଟ୍ରେଲୀୟ କମ୍ପାନୀ ବି ଦିଲ୍ଲୀରେ ଅନ୍‌ଲାଇନ୍‌ ବାୟୁ ବିକ୍ରି କରୁଛି ।

Auzairର ୱେବସାଇଟ୍‌ ଅନୁସାରେ, କମ୍ପାନୀ ଦିଲ୍ଲୀରେ ଅଫିସ୍‌ ବି ଖୋଲିଛି । ଏହି କମ୍ପାନୀ ଦାବି କରୁଛି ଯେ ଅଷ୍ଟ୍ରେଲିଆର ନୀଳ ପାହାଡ଼ର ଶୁଦ୍ଧ ବାୟୁକୁ ଗ୍ରାହକ କିଣିପାରିବେ ।

Auzair କମ୍ପାନୀର କହିବା ଅନୁସାରେ, ଶୁଦ୍ଧ ବାୟୁ ବୋତଲ୍‌ରେ କୋଲ୍‌ଡ ପ୍ରେସ୍‌ ଟେକ୍ନୋଲୋଜିର ବ୍ୟବହାର କରାଯାଇଛି । ଆଜ୍‌ମା ରୋଗୀ, କ୍ରୀଡ଼ାବିତ୍‌, ଇଏନ୍‌ଟି ରୋଗୀ, ପର୍ବତାରୋହୀ ବା ସାଧାରଣ ଲୋକେ, ଯେଉଁମାନେ ପ୍ରଦୂଷିତ ବାୟୁରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ଶୁଦ୍ଧ ବାୟୁରେ ପ୍ରଶ୍ବାସ ନେବାକୁ ଚାହୁଁଛନ୍ତି, ସେମାନଙ୍କ ପାଇଁ ଏହା ଲାଭଦାୟକ ହେବ । 15 ଲିଟର ବାୟୁର ମୂଲ୍ୟ 1999 ଟଙ୍କା ରଖାଯାଇଛି, 7.5 ଲିଟର ବାୟୁ ବୋତଲର ମୂଲ୍ୟ 1499 ଟଙ୍କା ରଖାଯାଇଛି ।

ସେପଟେ ଆମାଜନ୍‌ରେ Pure Himalayan Air ପକ୍ଷରୁ 550 ଟଙ୍କାରେ 10 ଲିଟର ବିଶୁଦ୍ଧ ବାୟୁ ବିକ୍ରି କରାଯାଉଛି । ଏହି ବୋତଲରେ ଇନ୍‌ବିଲ୍ଟ ମାସ୍କ ଲଗାଯାଇଛି, ଯାହା ଫଳରେ ଲୋକେ ସିଧାସଳଖ ଏହାର ବ୍ୟବହାର କରିପାରିବେ ।

ଆପଣଙ୍କୁ କହିରଖୁଛୁ ଯେ WHOର ରିପୋର୍ଟ ଅନୁସାରେ ଦିଲ୍ଲୀ, ଗ୍ବାଲିୟର, ବାରାଣସୀ, କାନପୁର ସହ ଭାରତର 14ଟି ସହର ବିଶ୍ବର 20ଟି ସର୍ବାଧିକ ପ୍ରଦୂଷିତ ସହର ଭିତରେ ସାମିଲ୍‌ ଅଛି ।

Related Posts