କ୍ରୋନୋଲୋଜୀ ସମଝିୟେ : ଶାହା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ସାମ୍ବାଦିକ, କାର୍ଯ୍ୟକର୍ତ୍ତା ଏବଂ ମନ୍ତ୍ରୀଙ୍କ ଫୋନ୍ ହ୍ୟାକ୍ କରିବା ପାଇଁ ଭାରତ ଦ୍ବାରା ଇସ୍ରାଏଲ୍ ସଫ୍ଟୱେର୍ ପେଗାସସ୍ ବ୍ଯବହାର କରାଯାଇଥିବା ରିପୋର୍ଟକୁ ନେଇ ଏବେ ଜୋରଦାର ବିରୋଧ ହେଉଛି। ବିରୋଧୀ ଏବେ ସଂସଦରୁ ସଡକ ସବୁଠି ଏ ପ୍ରସଙ୍ଗରେ ସରକାରଙ୍କୁ ଘେରୁଛନ୍ତି।ବରିଷ୍ଠ କଂଗ୍ରେସ ନେତା ମଲିକାର୍ଜୁନ୍ ଖଡଗେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛନ୍ତି। ସବୁକଥାରେ କ୍ରୋନୋଲଜି ବୁଝାଉଥିବା ଶାହା ଏବେ ପେଗାସସ୍‌ ରିପୋର୍ଟ ସମ୍ପର୍କରେ ସମାନ କଥା କହି ପ୍ରତିକ୍ରିୟା ରଖିଛନ୍ତି। ସେ କହିଥିଲେ, ” ଲୋକମାନେ ପ୍ରାୟତଃ ମୋର ଏହି ବାକ୍ୟାଂଶକୁ (କ୍ରୋନୋଲଜି) ହାଲୁକା ଭାବରେ ନେଉଛନ୍ତି , କିନ୍ତୁ ଆଜି ମୁଁ ଏହାର କ୍ରୋନୋଲଜିକୁ ଗମ୍ଭୀରତାର ସହ ବ୍ୟାଖ୍ୟା କରିବାକୁ ଚାହୁଁଛି।

 ଅମିତ ଶାହା କହିଛନ୍ତି, ଏହି ତଥାକଥିତ ରିପୋର୍ଟ ଲିକ୍ ହେବାର ସମୟ ଏବଂ ପରେ ସଂସଦରେ ବ୍ୟାଘାତ ହେବା ଏହାକୁ ଦେଖିବା ଆବଶ୍ୟକ।  ଏହା ଏକ ବିଶୃଙ୍ଖଳାକାରୀ ବିଶ୍ୱ ସଂଗଠନ ଯାହା ଭାରତର ପ୍ରଗତିକୁ ପସନ୍ଦ କରେ ନାହିଁ।  ଏହି ମାନେ ହେଉଛନ୍ତି ଭାରତର ରାଜନୈତିକ ଖେଳାଳି ଯେଉଁମାନେ ଭାରତ ବିକାଶ ଦେଖିବାକୁ ଚାହୁଁନାହାଁନ୍ତି।  ଏହି ଘଟଣା ଏବଂ ସଂଯୋଗକୁ ବୁଝିବାରେ ଭାରତର ଲୋକମାନେ ବହୁତ ପରିପକ୍ୱ ଅଟନ୍ତି।

 ସେ କହିଛନ୍ତି, “ଗତ ସନ୍ଧ୍ୟାରେ ଆମେ ଏକ ରିପୋର୍ଟ ଦେଖିଲୁ ଯାହା କିଛି ବିଭାଗ ଦ୍ୱାରା କେବଳ ଗୋଟିଏ ଉଦ୍ଦେଶ୍ୟରେ ସେୟାର କରାଯାଇଛି।”

 ସୋମବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କର ନୂତନ କ୍ୟାବିନେଟ ସହକର୍ମୀଙ୍କୁ ସଂସଦରେ ପରିଚିତ କରିବାକୁ ସୁଯୋଗ ନ ଦିଆଯାଇଥିବା ହେତୁ ବିରୋଧୀ ଦଳ ଉପରେ କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଅମିତ ଶାହା। ସେ କହିଛନ୍ତି ଯେ ଏପରି କିଛି ଶକ୍ତି ଅଛନ୍ତି ଯେଉଁମାନେ ଭାରତର ଅଗ୍ରଗତି ହଜମ କରିବାରେ ଅସମର୍ଥ।  ଅମିତ ଶାହା କହିଛନ୍ତି, “ଚଳିତ ମୌସୁମୀ ଅଧିବେଶନରୁ ଭାରତର ଲୋକଙ୍କର ବହୁତ ଆଶା ଅଛି।  କୃଷକ, ଯୁବକ, ମହିଳା ଏବଂ ସମାଜର ପଛୁଆ ବର୍ଗର କଲ୍ୟାଣ ପାଇଁ ଗୁରୁତ୍ୱପୂର୍ଣ୍ଣ ବିଲ୍ , ବିତର୍କ ଏବଂ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ।

 ଅପରପକ୍ଷରେ ଏହି ରିପୋର୍ଟରେ ବହୁ ଚର୍ଚ୍ଚିତ ଲୋକଙ୍କ ନାମର ଖୁଲାସା ହେବାରେ ଲାଗିଛି। ପ୍ରଥମ ଫେଜ୍ ରେ ବଡ ବଡ ସାମ୍ବାଦିକଙ୍କ ନାମ ସାମ୍ନାକୁ ଆସିଥିବା ବେଳେ ଏବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ, ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋର ଏବଂ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ସାଂସଦ ଅଭିଷେକ ବାନାର୍ଜୀଙ୍କ ନାଁ ମଧ୍ୟ ଏହି ରିପୋର୍ଟରେ ଥିବା ଜଣାପଡିଛି। 

Related Posts