ଖୋଲୁଛି ହନିଟ୍ରାପ ଗୁମର

ମଧ୍ୟପ୍ରଦେଶରେ ହନିଟ୍ରାପ୍‌ ଚାଞ୍ଚଲ୍ୟ । ଦିନକୁ ଦିନ ଖୋଲୁଛି ହନିଟ୍ରାପ ମାମଲାର ଗୁମର। ଏହାକୁ ନେଇ ଜାରି ରହିଛି ରାଜନୈତିକ ବାକ୍‌ଯୁଦ୍ଧ । ମାମଲାରେ 5 ଜଣ ମହିଳାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଯାଇଛି । ନିକଟରେ ସାମନାକୁ ଆସିଥିବା ତଥ୍ୟ ଅନୁସାରେ ସର୍ଚ୍ଚ ଅପରେସନ ବେଳେ ଭୋପାଳରେ ଥିବା ଅଭିଯୁକ୍ତ ମହିଳାଙ୍କ ଘରୁ ମିଳିଛି 4ଟି ସରକାରୀ ବିଭାଗର ମୋହର। ଏହାକୁ ବ୍ୟବହାର କରି ଅନେକ ବେଆଇନ କାର୍ଯ୍ୟ ହୋଇଥିବା ଆଶଙ୍କା କରାଯାଉଛି । ଅଭିଯୁକ୍ତ ମହିଳାଙ୍କ ବିରୋଧରେ ଆଉ ଏକ ମାମଲା ବି ରୁଜୁ କରିପାରେ ପୋଲିସ । ସେପଟେ ବିଜେପି ଏ ସମ୍ବେଦନଶୀଳ ମାମଲାକୁ ତୁରନ୍ତ ସିବିଆଇକୁ ହସ୍ତାନ୍ତର କରିବାକୁ ଦାବି କରିଛି। ମନ୍ତ୍ରୀ ପିସି ଶର୍ମା ବିଜେପିକୁ ଲଟା ଜବାବ ଦେଇ କହିଛନ୍ତି, ସିବିଆଇ ନୁହେଁ, SIT ତଦନ୍ତ ହେଲେ ସବୁ ସତ ପଦାକୁ ଆସିବ । ହନି ଟ୍ରାପ୍ ମାମଲାର ଗମ୍ଭୀରତା କେତେ ତାହା ଏକଥାରୁ ସ୍ପଷ୍ଟ ଅନୁମାନ ଲଗାଯାଇପାରେ। କାରଣ SIT ଭୋପାଳରେ ଅଭିଯୁକ୍ତ ମହିଳାଙ୍କ ଘର ସର୍ଚ୍ଚ କରୁଥିବା ବେଳେ ମହିଳା ନିଜ ହାତ କାଟିଦେଇଥିଲେ। ତେବେ ତଦନ୍ତରୁ ପ୍ରତିଦିନ ନୂଆ ନୂଆ ତଥ୍ୟ ଆଗକୁ ଆସିଥିବା ବେଳେ ଏବେ ଅପେକ୍ଷା କେବେ ବନ୍ଧା ହେବେ ପ୍ରକୃତ ଦୋଷୀ ।

Related Posts