ବିଧାୟକଙ୍କୁ ନାଲିଆଖି କାହିଁକି ?

ନୀଳଗିରି :  ନୀଳଗିରି ବିଧାୟକ ଓ ତହସିଲଦାରଙ୍କ ମଧ୍ୟରେ ପାଟିତୁଣ୍ଡ ଧିରେଧିରେ ଘନେଇବାରେ ଲାଗିଛି । ତହସିଲଦାର କରିଥିବା ଦୁର୍ବ୍ୟବହାର ପ୍ରତିବାଦରେ ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

ସୂଚନାନୁସାରେ, ତହସିଲ କାର୍ଯ୍ୟାଳୟ ପରିସରରେ ଥିବା କିଛି ଅଂଚଳରେ ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ସେଠାରେ ଥିବା ମୋହରିରିଙ୍କ ଚାଳକୁ ଭାଙ୍ଗି ଦିଆଯାଇଥିଲା । ତଦସିଲଦାରଙ୍କ ଉପସ୍ଥିତିରେ ଏହି ଉଚ୍ଛେଦ ପ୍ରକ୍ରିୟା ଚାଲିଥିଲା । ମୋହରିରଙ୍କ ଚାଳ ଭଙ୍ଗାଯିବାକୁ ବିଧାୟକ ସୁକାନ୍ତ କୁମାର ନାୟକ ବିରୋଧ କରିଥିଲେ । ଏହି ସମୟରେ ବିଧାୟକ ଓ ତହସିଲଦାର ମୁହାଁମୁହିଁ ହୋଇଥିଲେ ।

ତେବେ ତହସିଲଦାର ଦୁର୍ବ୍ୟବହାର କରିଥିବା ବିଧାୟକ ଅଭିଯୋଗ କରିଛନ୍ତି । ଏହାର ପ୍ରତିବାଦ କରି ସେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣାରେ ବସିଛନ୍ତି ।

 

Related Posts