ଆତ୍ମହତ୍ୟା କଲେ ମୁମ୍ବାଇର ଜଣାଶୁଣା ବିଲଡର ପାରସ ପୌଢ଼ଓ୍ବାଲ

ମୁମ୍ୱାଇ: ଆତ୍ମହତ୍ୟା କଲେ ମୁମ୍ବାଇର ଜଣେ ଜଣାଶୁଣା ବିଲଡର । ଗୁରୁବାର ବିଲଡର ପାରସ ପୌଢ଼ଓ୍ବାଲଙ୍କ ଆତ୍ମହତ୍ୟାକୁ ନେଇ ଏବେ ଚର୍ଚ୍ଚା। ପୋଲିସର କହିବା ଅନୁଯାୟୀ, ପାରସ ପୌଢ଼ଓ୍ବାଲ ଜିମର ବାଲକୋନୀ ଡେଇଁ ଆତ୍ମହତ୍ୟା କରିଛନ୍ତି।

ପାରସଙ୍କୁ ୫୭ ବର୍ଷ ହୋଇଥିଲା। ଅତିରିକ୍ତ ପୋଲିସ କମିଶନର ଦ୍ୟାନେଶ୍ବର ଚାଭନ କହିଛନ୍ତି ଯେ ବ୍ୟକ୍ତିଗତ କାରଣରୁ ପାରସ ଆତ୍ମହତ୍ୟା କରିଛନ୍ତି।

ଚାଭନ କହିଛନ୍ତି ଯେ ପାରସଙ୍କ ନିକଟରୁ ଏକ ସୁଇସାଇଡ ନୋଟ ମିଳିଛି। କିନ୍ତୁ ଏଥିରେ ସେ କାହାକୁ ଦାୟୀ କରିନାହାନ୍ତି। ସେ ଆହୁରି କହିଛନ୍ତି ଯେ କାଲାଚୌକି ପୋଲିସ୍ ଏହି ମାମଲାରେ ତଦନ୍ତ କରୁଛି। ପୌଢ଼ଓ୍ବାଲ ଅନେକ ପ୍ରୋଜେକ୍ଟରେ ଜଡ଼ିତ ଥିଲେ।

Related Posts