ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତରପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ୫ ମହଲା ବିଶିଷ୍ଟ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ହଜରତଗଞ୍ଜ ସ୍ଥିତ ହୋଟେଲ ଲେବାନାରେ ଆଜି ସକାଳୁ ନିଆଁ ଲାଗିଯାଇଛି। ଏହି ଅଗ୍ନିାକଣ୍ଡରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ତେବେ ଆହୁରି ଅନେକ ଲୋକେ ହୋଟେଲ ମଧ୍ୟରେ ଫଶି ରହିଥିବା ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ପ୍ରାୟସ ଜାରି ରହିଛି।

ସୂଚନା ମୁତାବକ, ହୋଟେଲର ତୃତୀୟ ଓ ଚତୁର୍ଥ ମହଲାରେ ନିଆଁ ଲାଗିଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା ଜାରି ରଖିଛି। ବର୍ତ୍ତମାନ ସୁଦ୍ଧା ୧୫ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତଙ୍କୁ ସିଭିଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଘଟଣାସ୍ଥଳରେ ତିନୋଟି ଆମ୍ବୁଲାନ୍ସ ଉପସ୍ଥିତ ଅଛି। ହୋଟେଲ ଅଧିକାରୀଙ୍କ କହିବା ମୁତାବକ, ହୋଟେଲରେ ୩୦ରୁ ୧୮ଟି ରୁମ୍‌ରେ ୩୫ରୁ ୪୦ ଜଣ ଲୋକ ଥିଲେ। କିଛି ଲୋକ ନିଆଁ ଲାଗିବା ଖବର ଶୁଣି ବାହାରୁ ଆସିଯାଇଥିବା ବେଳେ ଏବେ ବି ଅନେକ ଫଶି ରହିଥିଲେ। ତେବେ ସେମାନଙ୍କୁ ଉଦ୍ଧାର କରାଯାଇଛି। ତେବେ ଲକ୍ଷ୍ନୌ ବିକାଶ ପ୍ରାଧିକରଣ କିଛି ଦିନ ପୂର୍ବରୁ ଲେଭାନା ହୋଟେଲକୁ ଏକ ବିଜ୍ଞପ୍ତି ଜାରି କରିଥିଲା। ଏହା ପରେ ଆଜି ଏହି ବଡ ଦୁର୍ଘଟଣା ଘଟିଛି। ଲେବାନା