ସାମାନ୍ୟ ୫ ଟଙ୍କା ପାଇଁ ଗ୍ରାହାକଙ୍କୁ ନିର୍ଦ୍ଧୁମ ମାଡ ମାରିଲେ ହୋଟେଲ ମାଲିକ ବାପ-ପୁଅ : ସୋସିଆଲ ମିଡିଆରେ ଭିଡ଼ିଓ ଭାଇରାଲ…

(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର :  ୫ ଟଙ୍କା ପାଇଁ ଜଣେ ଗ୍ରାହକଙ୍କୁ ବିଚ୍ ରାସ୍ତାରେ ଅମାନବୀୟ ଭାବେ ହୋଟେଲ ମାଲିକ ଓ ତାଙ୍କ ପୁଅ ମାଡ ମାରିଥିବା ଅଭିଯୋଗ ହୋଇଛି। ମାଡ ମାରୁଥିବାର ଏକ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଗ୍ରାହକ ଜଣଙ୍କ ଗୋଡ଼ ହାତ ଧରି ହୋଟେଲ ମାଲିକଙ୍କୁ ଗୁହାରୀ କରୁଥିଲେ ମଧ୍ୟ ସେମାନେ ନିଷ୍ଠୁର ଭାବେ ମାଡ ମାରି ଚାଲୁଥିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଘଷିପୁରା ଥାନା ଘଷିପୁରା ଲକ୍ଷ୍ମୀ ବଜାରରେ ।

ମିଳିଥିବା ସୂଚନା ଅନୁସାରେ, ଘଷିପୁରା ଲକ୍ଷ୍ମୀ ବଜାରରେ ଥିବା ” ମା’ ହୋଟେଲ ” କୁ ଜିତେନ୍ଦ୍ର ଦେହୁରୀ ନାମକ ଜଣେ ବ୍ୟକ୍ତି ଖାଇବାକୁ ଯାଇଥିଲେ । ସେଠାରେ ସେ ଭାତ, ଡାଲି ,ତରକାରୀ ଏବଂ ଖଟା ଖାଇଥିଲେ । ସେଥିପାଇଁ ହୋଟେଲ ମାଲିକ ତାଙ୍କୁ ୪୫ ଟଙ୍କା ଦେବା ପାଇଁ କହିଥିଲେ । ଜିତେନ୍ଦ୍ର ପାଖରେ ଥିବା ୪୦ ଟଙ୍କା ଦେଇ ବାକି ୫ ଟଙ୍କା ସନ୍ଧ୍ୟାରେ ଦେବାକୁ କହିଥିଲେ । ଏହି ଘଟଣାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ତେବେ ହେଟେଲ ମାଲିକ ରାଗିଯାଇ ବିଚ୍ ରାସ୍ତାରେ ଗ୍ରାହାକଙ୍କୁ ନିର୍ଧୁମ୍ ମାଡ ମାରିଥିବା ଅଭିଯୋଗ ହୋଇଛି । ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହାପରେ ଗ୍ରାହାକ ଜଣକ ଘଷିପୁର ଥାନାରେ ଅଭିଯୋଗ କରିଛନ୍ତି । 

Related Posts