କର୍ଣ୍ଣାଟକରେ କଂଗ୍ରେସ ସରକାର ଆସିଲେ ଘରର ଗୃହିଣୀଙ୍କୁ ପ୍ରତି ମାସରେ ମିଳିବ ୨ହଜାର ଟଙ୍କା: ପ୍ରିୟଙ୍କା ଗାନ୍ଧୀ

ଭୁବନେଶ୍ୱର,୧୬/୧(ସତ୍ୟପାଠ ବ୍ୟୁରୋ): ଆଗକୁ ଆସୁଛି କର୍ଣ୍ଣାଟକ ବିଧାନସଭା ନିର୍ବାଚନ। ଏଥିପାଇଁ ଏବେ ରାଜ୍ୟରେ ରାଜନୈତିକ ମହୋଲ ପୁରା ସରଗରମ ରହିଛି। ଭୋଟରମାନଙ୍କୁ ନେତା ମାନେ ପ୍ରତିଶ୍ରୁତି ମଧ୍ୟ ଅଜାଡ଼ି ଦେଉଛନ୍ତି। ଏହି କ୍ରମରେ ଆଜି କର୍ଣ୍ଣାଟକରେ ଲୋକଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା। ସୋମବାର ଏକ କାର୍ଯ୍ୟକ୍ରମରେ ପ୍ରିୟଙ୍କା କହିଛନ୍ତି ଯେ, କଂଗ୍ରେସ କର୍ଣ୍ଣାଟକରେ କ୍ଷମତାକୁ ଆସିଲେ ପ୍ରତ୍ୟେକ ଘରର ଗୃହିଣୀଙ୍କୁ ପ୍ରତି ମାସରେ ୨ହଜାର ଟଙ୍କା ନଗତ ରାଶି ଦେବ। କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ କମିଟି (କେପିସିସି) ଦ୍ୱାରା ପ୍ୟାଲେସ୍‌ ଗ୍ରାଉଣ୍ଡରେ ଆୟୋଜିତ ଏକ କାର୍ଯ୍ୟକ୍ରମ ବେଳେ ଅଖିଳ ଭାରତୀୟ କଂଗ୍ରେସ କମିଟିର ମହାସଚିବ ପ୍ରିୟଙ୍କା କର୍ଣ୍ଣାଟକର ମହିଳାଙ୍କୁ ଏହି ପ୍ରତିଶ୍ରୁତି ଦେଇଛନ୍ତି ।

ପ୍ରିୟଙ୍କାଙ୍କ ପ୍ରତିଶ୍ରୁତି ମୁତାବିକ, ରାଜ୍ୟରେ ‘ଗୃହ ଲକ୍ଷ୍ମୀ’ ଯୋଜନାରେ ୧.୫ କୋଟି ଗୃହିଣୀଙ୍କୁ ଲାଭ ମିଳିବ। ଉଲ୍ଲେଖନୀୟ ଯେ, ଏହାର କିଛି ଦିନ ପୂର୍ବେ ପାର୍ଟି ରାଜ୍ୟରେ ପ୍ରତ୍ୟେକ ପରିବାରକୁ ୨୦୦ ୟୁନଟ୍‌ ପ୍ରତିମାସ ମୁକ୍ତ ବିଜୁଳି ଦେବାକୁ ବି କଥା ଦେଇଥିଲେ। କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଚଳିତ ବର୍ଷ ମଇର ପାଖାପାଖି ହେବାକୁ ଯାଉଛି ।

ଦଳ କହିଛି କି ଗୃହ ଲକ୍ଷ୍ମୀ ଯୋଜନା ହେଉଛି କଂଗ୍ରେସ ଦଳର ଏଲପିଜିର ଅତ୍ୟଧିକ ଦାମ୍‌ ବୋଝ ଓ ଜଣେ ମହିଳାଙ୍କ ଦ୍ୱାରା ବହନ କରାଯାଉ ଥିବା ମହଙ୍ଗା ଦୈନିକ ଖର୍ଚ୍ଚକୁ ସେୟାର କରିବାର ଏକ ପ୍ରୟାସ । କଂଗ୍ରେସ ଚାହୁଁଛି କି ରାଜ୍ୟର ପ୍ରତି ମହିଳା ସଶକ୍ତ ହୋଇ ନିଜ ଗୋଡ଼ରେ ନିଜେ ଛିଡ଼ା ହୁଅନ୍ତୁ ଏବଂ ନିଜ ପିଲାଙ୍କର ଭଲଭାବେ ଦେଶାଶୁଣା ମଧ୍ୟ କରନ୍ତୁ । ଦଳ କର୍ଣ୍ଣାଟକର ପ୍ରତ୍ୟେକ ମହିଳାଙ୍କୁ ବିତ୍ତୀୟ ସ୍ୱତନ୍ତ୍ରତା ପ୍ରଦାନ କରିବାକୁ ଚାହେଁ ।

Related Posts