ଭାରତ ସରକାରଙ୍କ ଟୀକାକରଣ ଅଭିଯାନ ବିଜେପିର ରାଜନୈତିକ ଅଭିଯାନରେ ପରିଣତ ହେଲା କିପରି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଭାରତରେ ଟୀକାର ଅଭାବ, ଟିକାକରଣରେ ସିଥିଳତା ସତ୍ବେ ଜୁନ୍ 21 ଅର୍ଥାତ୍ ଆନ୍ତର୍ଜାତୀୟ ଯୋଗ ଦିବସ ଠାରୁ ୧୮ ବର୍ଷରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କୁ ମାଗଣାରେ ଟୀକାକରଣ ଆରମ୍ଭ ହେଲା। ଭାରତ ସରକାରଙ୍କ ଏହି ଟୀକାକରଣ ଯୋଜନା କିନ୍ତୁ ଭାରତୀୟ ଜନତା ପାର୍ଟିର ଏକ ରାଜନୈତିକ ଅଭିଯାନରେ ପରିଣତ ହୋଇଗଲା। ଜୁନ୍ ୨୧ ରେ ରାମ ମନୋହର ଲୋହିଆ ହସ୍ପିଟାଲ (RMLH) ରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗଣମାଧ୍ୟମ ଉପସ୍ଥିତିରେ ଘୋଷଣା କଲେ ଯେ ଆସନ୍ତା କିଛି ମାସ ପାଇଁ ତାଙ୍କ ଦଳର ଜନସମ୍ପର୍କ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍ କରି ଦେଶରେ “ମାଗଣା ଟୀକାକରଣ ଅଭିଯାନ” ଆରମ୍ଭ କରିଥିଲେ । ଏବଂ ଏହାକୁ “ବିଶ୍ୱର ବୃହତ୍ତମ” ଟୀକାକରଣ ଅଭିଯାନ ବୋଲି ବୋଲି କହିଥିଲେ। ଏହାର କିଛି ଘଣ୍ଟା ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନାଡା ଘୋଷଣା କଲେ ଯେ ଟୀକାକରଣ କାର୍ଯ୍ୟକ୍ରମ ବହୁତ ସ୍ପିଡ୍ ରେ ଚାଲିଛି। କିନ୍ତୁ ବାସ୍ତବତା ହେଉଛି ବର୍ତ୍ତମାନ ସୁଦ୍ଧା ଭାରତରେ ମାତ୍ର ୫ ପ୍ରତିଶତ ଲୋକ ଟିକାର ଉଭୟ ଡୋଜ ନେଇଛନ୍ତି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ମଧ୍ୟ ଉପସ୍ଥିତ ଥିଲେ। ଏହି ଅବସରରେ ନାଡା କହିଛନ୍ତି ଯେ ତାଙ୍କର RMLH ହସ୍ପିଟାଲ ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଏବଂ ବିଜେପିର ହେଲ୍ପ ଡେସ୍କରେ ଯାଞ୍ଚ କରିବା । କିନ୍ତୁ ନଡ୍ଡାଙ୍କ ଏହି ଗସ୍ତ ଖୁବ୍ ଶୀଘ୍ର ଏକ ରାଜନୈତିକ ଅଭିଯାନରେ ପରିଣତ ହୋଇଗଲା। ଏହି କାର୍ଯ୍ୟକ୍ରମରେ ନଡ୍ଡା ଟିକାକରଣ ଦ୍ବନ୍ଦ ଏବଂ ମହାମାରୀ ପରିଚାଳନାକୁ ନେଇ ବିରୋଧୀଙ୍କୁ ଟାର୍ଗେଟ କରିବା ସହ ମୋଦୀ ସରକାରଙ୍କ ସଫଳତାର ଗୁଣଗାନ କରିଥିଲେ। ସେ ତାଙ୍କ ଭାଷଣରେ ଟୀକାକରଣ ଅଭିଯାନକୁ ବିରୋଧୀ ରାଜନୈତିକ ଫାଇଦା ପାଇଁ ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ।

ସେ ଅଭିଯୋଗ କରିଥିଲେ ଯେ “ବିରୋଧୀ ଟିକାକୁ ନେଇ ବିଭିନ୍ନ ସମୟରେ ଦ୍ବନ୍ଦ୍ବ ସୃଷ୍ଟି କରିଛନ୍ତି । ଟିକାର ଉପଯୁକ୍ତ ପରୀକ୍ଷଣ ହୋଇ ନଥିବା କହି ବିରୋଧୀ ଏହି ଅଭିଯାନରେ ବାଧା ସୃଷ୍ଟି କରୁଥିବା ସେ କହିଛନ୍ତି। ସେ ଆହୁରି ମଧ୍ୟ କହିଥିଲେ ଯେ “ଆମେ ଜାଣୁ ବିରୋଧୀ କେବଳ ବାଧା ସୃଷ୍ଟି କରିବେ ଏବଂ ଲୋକଙ୍କୁ ବିଭ୍ରାନ୍ତ କରିବେ, ଏହା ସତ୍ତ୍ୱେ ଭାରତର 130 କୋଟି ଲୋକ ଟୀକାକରଣ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ପ୍ରତିଶ୍ରୁତି ବଦ୍ଧ ବୋଲି ସେ କହିଛନ୍ତି । କେବଳ ପ୍ରଧାନମନ୍ତ୍ରୀଙ୍କ ଯୋଗୁଁ ୯ ମାସ ମଧ୍ୟରେ ଭାରତ ଗୋଟିଏ ନୁହେଁ ବରଂ ଦୁଇଟି ଟିକା ଉତ୍ପାଦନ କରିବାରେ ସକ୍ଷମ ହୋଇଛି ବୋଲି ନଡ୍ଡା କହିଥିଲେ। ସେ ଦାବି କରିଥିଲେ ଯେ ଭାରତ ବର୍ତ୍ତମାନ ନିଜ ଦେଶ ସମେତ ବିଦେଶକୁ ଟିକା ରପ୍ତାନୀ କରିବା ପାଇଁ ସକ୍ଷମ ହୋଇପାରିଥିବା ନାଡା କହିଛନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ସେଠାରେ ଉପସ୍ଥିତ ଥିବା ସତ୍ତ୍ବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଟୀକାକରଣ “ରୋଡ୍ ମ୍ୟାପ୍” ଦେଇଥିଲେ। ସୂଚନାଯୋଗ୍ୟ ଯେ ଭାରତ ସରକାର ବର୍ତ୍ତମାନ ସୁଦ୍ଧା ଏହି ରୋଡମ୍ୟାପ ବିଷୟରେ କୌଣସି ସୂଚନା ଦେଇ ନାହାନ୍ତି। ବିଜେପି ଅଧ୍ୟକ୍ଷ କହିଛନ୍ତି ଡିସେମ୍ବର 17 ସୁଦ୍ଧା କମ୍ପାନୀମାନଙ୍କୁ ଟିକା ତିଆରି ପାଇଁ ଲାଇସେନ୍ସ ଦିଆଯିବ ଏବଂ ମେ ମାସରେ 8 କୋଟି ଟିକା , ଜୁନ୍ – 10 କୋଟି, ଜୁଲାଇରେ – 17 କୋଟି, ଅଗଷ୍ଟରେ – 19 କୋଟି, ସେପ୍ଟେମ୍ବରରେ – 42 କୋଟି, ନଭେମ୍ବର – 56 କୋଟି, ଡିସେମ୍ବର – 59 କୋଟି ଟିକା। ମୋଟାମୋଟି ଭାବେ, ଡିସେମ୍ବର ସୁଦ୍ଧା ଆମ ପାଖରେ 257 କୋଟି ଟୀକା ଉତ୍ପାଦନ ହେବ ଯାହା ଦ୍ବାରା ସମସ୍ତଙ୍କୁ ଡବଲ୍ ଡୋଜ୍ ଟିକା ଦିଆଯିବ ବୋଲି ସେ କହିଛନ୍ତି। ତେବେ ନଡ୍ଡାଙ୍କ ଏହି କାର୍ଯ୍ୟକ୍ରମ ଟୀକାକରଣ ଅଭିଯାନ କମ୍ ବିଜେପିର ପ୍ରଚାର ଭଳି ଦେଖାଯାଉଛି। ଗତ ବର୍ଷ କୋଭିଡ୍ ମହାମାରୀ ଭାରତକୁ ଆସିବା ପରଠାରୁ ସଙ୍କଟର ମୁକାବିଲା କମ୍ ସମାଲୋଚନା ରୋକିବା ଉପରେ ଅଧିକ କାମ କରିଛନ୍ତି। ଜନସମ୍ପର୍କ ଅଭିଯାନ ବିଜେପିର ଏକ ଅଭିଯାନ ଅଟେ । ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ବିଜେପି ହେଲ୍ପ ଡେସ୍କ ରହିବ ବୋଲି ନାଡଡାଙ୍କ ବିବୃତ୍ତି ମଧ୍ୟ ଦଳର ରାଜନୈତିକ ଯୋଜନାର ଏକ ଅଂଶ। ବିଶେଷ ଭାବେ ଆସନ୍ତା ବର୍ଷ ହେବାକୁ ଥିବା ଆଠଟି ରାଜ୍ୟର ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଭାରତର ଜନବହୁଳ ରାଜ୍ୟ ଉତ୍ତରପ୍ରଦେଶ ରାଜ୍ୟରେ ନିର୍ବାଚନ ଅଛି । ମହାମାରୀ ପରିଚାଳନା, ଅମ୍ଳଜାନ ଅଭାବ, ବେଡ୍ ସଙ୍କଟ, ଆମ୍ବୁଲାନ୍ସ, ଗଙ୍ଗାରେ ଶବ ଭାସିବା ଇତ୍ୟାଦି ବିଫଳତା ପରେ ବିଜେପି ନେତୃତ୍ୱାଧୀନ କେନ୍ଦ୍ର ସରକାର ନିଜର ଭାବମୂର୍ତ୍ତି ସୁଧାରିବାକୁ ଭାରତ ସରକାରଙ୍କ ଟୀକାକରଣ ଅଭିଯାନକୁ ରାଜନୈତିକ କ୍ୟାମ୍ପେନରେ ପରିଣତ କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି। “ମାଗଣା ଟୀକାକରଣ ଅଭିଯାନ ” ଅଧୀନରେ “ଧନ୍ୟବାଦ ମୋଦୀ ଜୀ” କ୍ୟାମ୍ପେନ ଆରମ୍ଭ ହୋଇଛି। କେବଳ ବିଜେପି ନୁହେଁ, ସରକାରୀ ଅନୁଷ୍ଠାନଗୁଡ଼ିକୁ ମଧ୍ୟ ମୋଦୀ ସରକାରଙ୍କ ଭାବମୂର୍ତ୍ତି ସୁଧାରିବାରେ ସହଯୋଗ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସିବିଏସ୍ଇ ବୋର୍ଡ ପରୀକ୍ଷା ବାତିଲ କରିଥିବାରୁ ଛାତ୍ରଛାତ୍ରୀ ମାନଙ୍କୁ “ଧନ୍ୟବାଦ ମୋଦୀ ସାର୍” ଟ୍ୱିଟ୍ କରିବାକୁ କହିବାର କିଛି ଦିନ ପରେ କେନ୍ଦ୍ରୀୟ ବିଦ୍ୟାଳୟରେ ବର୍ତ୍ତମାନ ମାଗଣା ଟିକା ପାଇଁ “ଧନ୍ୟବାଦ ପିଏମ ମୋଦୀ” ବ୍ୟାନର ଏବଂ ହୋର୍ଡିଂ ଲଗାଇବାକୁ କହିଛନ୍ତି।

ୟୁଜିସି ମଧ୍ୟ ସମସ୍ତ ସରକାରୀ ଅନୁଦାନ ପ୍ରାପ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟଗୁଡ଼ିକୁ ପୋଷ୍ଟର ଲଗାଇବାକୁ ନିର୍ଦ୍ଦେଶ ଦେଇଛି ଯେଉଁଥିରେ ଲେଖାଥିଲା, “ସମସ୍ତଙ୍କ ପାଇଁ ଟିକା , ସମସ୍ତଙ୍କ ପାଇଁ ମାଗଣା , ବିଶ୍ୱର ସର୍ବବୃହତ ଟୀକାକରଣ ଶିବିର, ମୋଦୀଜୀଙ୍କୁ ଧନ୍ୟବାଦ। ” ଦିଲ୍ଲୀ ବିଶ୍ୱବିଦ୍ୟାଳୟର କ୍ୟାମ୍ପସ, ୱେବସାଇଟ୍ ଏବଂ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଏଭଳି ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି। ଅନେକ ବେସରକାରୀ ବିଶ୍ୱବିଦ୍ୟାଳୟରେ ମଧ୍ୟ ଅନୁରୂପ ଘଟଣା ଦେଖିବାକୁ ମିଳିଛି। ସୋମବାର (ଜୁନ୍ 21) ଆରମ୍ଭ ହୋଇଥିବା ମାଗଣା ଟୀକାକରଣ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବା ପାଇଁ ବିଶ୍ୱବିଦ୍ୟାଳୟ ଓ କଲେଜ ଗୁଡ଼ିକର ଭାଇସ ଚାନସେଲର ତଥା କଲେଜ ପ୍ରନ୍ସପାଲ ମାନଙ୍କୁ ହ୍ବାଟସଆପ୍ ରେ ୟୁଜିସି ସଚିବ ରଜନୀଶ ଜୈନ ନିର୍ଦ୍ଦେଶ ଦେଇଥିଲେ।

ଏଥିରେ ଉଲ୍ଲେଖ ଥିଲା ଯେ “ଭାରତ ସରକାର ଆସନ୍ତାକାଲି ଠାରୁ 18 ବର୍ଷ ପ୍ଲସ ଲୋକଙ୍କ ପାଇଁ ମାଗଣା ଟୀକାକରଣ ଆରମ୍ଭ କରୁଛନ୍ତି, ଯଥା 21 ଜୁନ୍, 2021। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଏବଂ କଲେଜଗୁଡ଼ିକୁ ସେମାନଙ୍କ ଅନୁଷ୍ଠାନରେ ଏହି ହୋର୍ଡିଂ / ବ୍ୟାନର ପ୍ରଦର୍ଶନ କରିବାକୁ ଅନୁରୋଧ କରାଯାଇଛି। ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ପ୍ରଦାନ କରାଯାଇଥିବା ହିନ୍ଦୀ ଏବଂ ଇଂରାଜୀରେ ହୋର୍ଡିଂ / ବ୍ୟାନରର ଅନୁମୋଦିତ ଡିଜାଇନ୍ (ସୃଜନଶୀଳ) ଆପଣଙ୍କ ପ୍ରସ୍ତୁତ ରେଫରେନ୍ସ ପାଇଁ ସଂଲଗ୍ନ ହୋଇଛି । ” ଏହି ଭଳି ହ୍ବାଟସ୍ଆପ୍ ମେସେଜ୍ ପଠାଯାଇଛି । ସମଗ୍ର ଦେଶରେ ଟୀକାକରଣ କେନ୍ଦ୍ରରେ ପ୍ରସ୍ତାବିତ ବିଜେପି ହେଲ୍ପ ଡେସ୍କରେ ମଧ୍ୟ ଦଳର ରାଜନୈତିକ ସନ୍ଦେଶ ପଠାଇବା ପାଇଁ ସମାନ ବ୍ୟାନର ବ୍ଯବହାର କରାଯିବ ଯେଉଁଥିରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରାଧାନ୍ୟ ଦିଆଯିବ। ଉତ୍ତରପ୍ରଦେଶ, କର୍ଣ୍ଣାଟକ, ଆସାମ, ହିମାଚଳ ପ୍ରଦେଶ ଏବଂ ଉତ୍ତରପ୍ରଦେଶରେ ବିଜେପି ନେତୃତ୍ୱାଧୀନ ରାଜ୍ୟ ସରକାର ମଧ୍ୟ ଏକ ଟୀକାକରଣ ଅଭିଯାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମାଗଣା ଟିକା ପାଇଁ ଧନ୍ୟବାଦ ଜଣାଇଛନ୍ତି। କେନ୍ଦ୍ର ସରକାରଙ୍କ DAVP ସମାନ ବ୍ୟାନର ଏବଂ ହୋର୍ଡିଂ ବ୍ଯବହାର ପାଇଁ କହିଛି । ଏହି ବିଜ୍ଞାପନ, ପୋଷ୍ଟର, ବ୍ୟାନର ଏବଂ କ୍ୟାମ୍ପେନ ବିରୋଧୀଙ୍କୁ କାଉଣ୍ଟର କରିବା ପାଇଁ ଏକ ସୁଚିନ୍ତିତ ଯୋଜନା ମାଧ୍ୟମରେ କରାଯାଇଛି। ବିଜେପି ପୁଣି ଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାବମୂର୍ତ୍ତି ସୁଧାରିବାକୁ ଏଭଳି ପ୍ରୟାସ କରିଛି। ଆସନ୍ତା ବର୍ଷ ନିର୍ବାଚନ ହେବାକୁ ଥିବା ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ଗରେବ କଲ୍ୟାଣ ଆନ୍ନ ଯୋଜନା ଅଧୀନରେ ଟୀକାକରଣ ଏବଂ ମାଗଣା ରାସନ ବଣ୍ଟନ ଯୋଜନାକୁ ସୁଗମ କରିବା ପାଇଁ ଦଳ ଏକ ବୁଥ ସ୍ତରୀୟ ଅଭିଯାନ ମଧ୍ୟ ଆରମ୍ଭ କରିଛି। ରାଜନୈତିକ ବିଶ୍ଲେଷକଙ୍କ କହିବା କଥା ହେଉଛି ନିଜର ରାଜନୈତିକ ଲାଭ ପାଇଁ ଜନସାଧାରଣଙ୍କ ଟଙ୍କା ବ୍ୟବହାର କରି ବିରୋଧୀ ଦଳ ପ୍ରଚାର ଆରମ୍ଭ କରିବା ପୂର୍ବରୁ ବିଜେପି ଏବଂ ମୋଦୀ ସରକାର ଏହି ଅଭିଯାନ ଆରମ୍ଭ କରିଛନ୍ତି।

Related Posts