ଗୌତମ ଗମ୍ଭୀର ଓ ଯୁଵ କଂଗ୍ରେସ ସଭାପତି ଶ୍ରୀନିବାସଙ୍କୁ ଦିଲ୍ଲୀ ପୋଲିସର କ୍ଲିନଚିଟ୍

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କୋଭିଡ଼ ରିଲିଫ କାର୍ଯ୍ୟ କରୁଥିବା ଯୁବ କଂଗ୍ରେସ ସଭାପତି ଶ୍ରୀନିବାସ ଵିଭି ଓ କ୍ରିକେଟର ତଥା ବିଜେପି ସାସଂଦ ଗୌତମ ଗମ୍ଭୀରଙ୍କୁ କ୍ଲିନଚିଟ୍ ଦେଲା ଦିଲ୍ଲୀ ପୋଲିସ। ଦିଲ୍ଲୀ ହାଇକୋର୍ଟଙ୍କ ନିକଟରେ ଏହି ରିପୋର୍ଟ ଦାଖଲ କରି ପୁଲିସ କହିଛି ଯେ,  ଏହି ଦୁଇ ନେତା କରୋନା ରୋଗୀଙ୍କୁ ମାଗଣାରେ ଔଷଧ ଏବଂ ମେଡିକାଲ ଅମ୍ଳଜାନ ଯୋଗାଇ ଦେଉଥିଲେ । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଅଧିକାରୀଙ୍କ ଏକ ଟିମ୍ ଭାରତୀୟ ଯୁବ କଂଗ୍ରେସର ମୁଖ୍ୟାଳୟରେ ପହଞ୍ଚି ଶ୍ରୀନିବାସ ବିଭିଙ୍କୁ 20 ମିନିଟ୍ ପର୍ଯ୍ୟନ୍ତ ପ୍ରଶ୍ନ କରିଥିଲେ ଏବଂ ଯୋଗାଣ ହ୍ରାସ ପାଉଥିବା ବେଳେ ସେ କେମିତି ଅମ୍ଳଜାନ ସିଲିଣ୍ଡର ଏବଂ ଅନ୍ୟାନ୍ଯ ଅତ୍ୟାବଶ୍ୟକ ସାମଗ୍ରୀ ମାଗଣାରେ ବାଣ୍ଟିବା ପାଇଁ ପାଇଲେ। ତେବେ ଏହି ଘଟଣାରେ ଶ୍ରୀନିବାସ କହିଥିଲେ ଯେ ଆମେ କ୍ରାଇମବ୍ରାଞ୍ଚ ଅଧିକାରୀଙ୍କୁ ସବୁ ତଥ୍ୟ ଦେଇଛୁ ଏଥିରେ ଲୁଚାଇବାର କିଛି ନାହିଁ, ଆମେ ଆମର ରିଲିଫ୍ କାର୍ଯ୍ୟ ଜାରି ରଖିବୁ । ତେବେ ଏହି ଘଟଣା ଉପରେ ପ୍ରତିକ୍ରିୟା ରଖି ଦିଲ୍ଲୀ ପୋଲିସ କହିଥିଲା ଯେ ଏହା ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ କରାଯାଇଛି। ଅନ୍ୟପଟେ ବିଜେପି ସାଂସଦ ଗୌତମ ଗମ୍ଭୀର କହିଥିଲେ ଯେ, “ଫାବିଫ୍ଲୁ ବାଣ୍ଟିବା ଘଟଣାରେ ଆମେ ସବୁ ରିପୋର୍ଟ ପୁଲିସକୁ ଦେଇଛୁ। ମୁଁ ଦିଲ୍ଲୀର ସେବା ଜାରି ରଖିବି। ବିରୋଧୀ ଦଳଗୁଡ଼ିକ ଅଯଥା ଏହି ନିୟମିତ ପ୍ରକ୍ରିୟାରେ ଅଯଥାରେ ରାଜନୀତି କରନ୍ତୁ ନାହିଁ। ଦିଲ୍ଲୀ ପୁଲିସ୍ ଆମର ଜବାବ ଚାହିଁଥିଲା ଓ ଆମେ ବିସ୍ତୃତ ତଥ୍ୟ ପ୍ରଦାନ କରିଛୁ।” ତେବେ କୋଭିଡ୍ ଭଳି ସଙ୍କଟ ସମୟରେ କଂଗ୍ରେସ ନେତାଙ୍କୁ ଦିଲ୍ଲୀ ପୋଲିସର ଏଭଳି ଜେରା କରିବାକୁ ନେଇ ରାହୁଲ ଗାନ୍ଧୀଙ୍କ ସମେତ କଂଗ୍ରେସର ବହୁ ବରିଷ୍ଠ ନେତାମାନେ ମୋଦୀ ସରକାରଙ୍କୁ କଡା ନିନ୍ଦା କରିଥିଲେ । ରାହୁଲ୍ ଗାନ୍ଧୀ ଟୁଇଟ୍ କରି ଲେଖିଥିଲେ ଯେ ହତ୍ୟାକାରୀଙ୍କ ଅପେକ୍ଷା ଜୀବନ ରକ୍ଷାକାରୀ ସବୁବେଳେ ମହାନ୍ ହୋଇଥାଏ। 

Related Posts