ଆମେରିକାରୁ ଉଦ୍ଧାର ହେଲା ମନୁଷ୍ୟ ଦାନ୍ତ ସଦୃଶ୍ୟ ମାଛ, ସୋସିଆଲ ମିଡିଆରେ ଫଟୋ ଭାଇରାଲ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ମାଛର ଦାନ୍ତ ମନୁଷ୍ୟ ଦାନ୍ତ ସଦୃଶ୍ୟ। ଏହା କୌଣସି ମ୍ୟୁଜିୟମରେ ନୁହେଁ ବରଂ ଯୁକ୍ତରାଷ୍ଟ୍ର ଆମେରିକାର ଏକ ସମୁଦ୍ରରୁ ଧରାଯାଇଛି। ଏହି ମାଛର ଦାନ୍ତ ଦେଖିବାକୁ ଅବିକଳ ମଣିଷ ଦାନ୍ତ ଭଳି। ଜେନେଟର ପିଅର୍ ନାମକ ଜଣେ ବ୍ୟକ୍ତି ମଙ୍ଗଳବାର ନିଜ ଫେସବୁକ୍ ପେଜ୍ ରେ ଏହି ବିଚିତ୍ର ଧରଣର ମାଛର ଫଟୋ ଅପଲୋଡ କରିଛନ୍ତି। ସେ ଏହି ଫଟୋ ପୋଷ୍ଟ କରି କହିଛନ୍ତି ଯେ ମତ୍ସ୍ୟଜୀବୀ ନାଥାନ୍ ମାର୍ଟିନ୍ “nice toothy 9 lb” ମାଛ ଧରିଛନ୍ତି। ଏହି ମାଛ ସାଧାରଣତଃ ପଥର, ଜେଟି, ରିଫ୍, ଏବଂ ବ୍ରିଜ୍ ନିକଟରେ ମିଳିଥାନ୍ତି। ସେମାନଙ୍କର ରଙ୍ଗ ଉଭୟ କଳା ଏବଂ ଧଳା ରଙ୍ଗର ହୋଇଥିବା କାରଣରୁ ସେମାନେ “convict fish” ଭାବରେ ମଧ୍ୟ ଜଣାଶୁଣା।

ଫେସବୁକରେ ପୋଷ୍ଟ ହୋଇଥିବା ଏହି ଫଟୋରେ, ମାଛର ଧଳା ଧଳା ଦାନ୍ତ ଦେଖିବାକୁ ମିଳିଥାଏ। ଆମେରିକୀୟ ବୈଜ୍ଞାନିକଙ୍କ ଅନୁଯାୟୀ ମେଣ୍ଢା ମୁଣ୍ଡ ସଦୃଶ ଏହି ମାଛର ଦାନ୍ତ ମଣିଷ ଦାନ୍ତ ସହିତ ସମାନ ହେବାର କାରଣ ସେମାନେ ମଧ୍ୟ omnivores ଅଟନ୍ତି। ମାଛର ଓଜନ ପ୍ରାୟ ୫ ରୁ ୧୫ ପାଉଣ୍ଡ। ସେଗୁଡିକ ସାଧାରଣତଃ ଉତ୍ତର କାରୋଲିନାର ଉପକୂଳ ଜଳରେ ବର୍ଷସାରା ମିଳିଥାଏ ।

ଏହି ଫଟୋଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଫେସବୁକରେ ଏହି ଫଟୋଟିକୁ 1,200 ରୁ ଅଧିକ ଲାଇକ୍ ଏବଂ ଶହ ଶହ କମେଣ୍ଟ ଆସିଛି। ଜଣେ ୟୁଜର ଲେଖିଛନ୍ତି, “ଏହାର ଦାନ୍ତ କେଉଁଠାରୁ ଆସେ?” ଅନ୍ୟ ଜଣେ ୟୁଜର ଲେଖିଛନ୍ତି , ସେହି ମାଛର ମୋ ଅପେକ୍ଷା ଭଲ ଦାନ୍ତ ଅଛି।

ତେବେ ଏହା ପ୍ରଥମ ଘଟଣା ନୁହେଁ ଯେ ଏକ ମେଣ୍ଢା ମୁଣ୍ଡର ମାଛର ଦାନ୍ତ ନେଟେନିଜେନ୍ମାନଙ୍କୁ ଅଡୁଆରେ ପକାଇଛି । ଫେବୃଆରୀରେ, ପଲ୍ ଲୋର ନାମକ ଜଣେ ମତ୍ସ୍ୟଜୀବୀ ମେରବର୍ଣ୍ଣ ନିକଟସ୍ଥ ଦକ୍ଷିଣ-ପଶ୍ଚିମ ଫ୍ଲୋରିଡାର ଏକ ସହର ଅର୍ଲାଣ୍ଡୋରୁ ମେଣ୍ଢା ମୁଣ୍ଡ ସଦୃଶ୍ୟ ଏକ ମାଛ ଧରିଥିଲେ ।
ପାଉଲ କହିଛନ୍ତି ” ଏହି ମାଛର ଦାନ୍ତ କେବଳ ମଣିଷ ପରି ଦାନ୍ତ ନୁହେଁ ଯଦି ଆପଣ ଭଲକରି ଦେଖିବେ ସାର୍କ ପରି ଏହି ମାଛର ଧାଡ଼ି ଧାଡ଼ି ଦାନ୍ତ ଥିବା ଦେଖାଯିବ। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ଦୁଇରୁ ତିନି ଧାଡି ଥିବା ଦାନ୍ତ ରହିଛି। ଯାହା ବହୁତ ଶକ୍ତିଶାଳୀ ଏବଂ କାମୁଡ଼ିବାର ଶକ୍ତି ରଖିଥାଏ।

Related Posts